ଆଞ୍ଚଳିକ ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ Angul OnlineDecember 15, 2021December 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡା , ଖମାର ଅଞ୍ଚଳର ସନ୍ତୋଷ କୁମାର ଶେଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେଆ ସନ୍ତୋଷ କୁମାର ସେଠୀ ତାଙ୍କ ହୋଣ୍ଡା ସାଇନ ମୋଟରସାଇକେଲରେ ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବାପରେ ସେହି ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଘଟଣା ସ୍ଥଳେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଯୁବକଙ୍କୁ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି । Advertisement
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ଛାତରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘର ଛାତ ରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।…
ଜିଲ୍ଲାରେ ବୁଲିବ “ଗାଁ ଆମ୍ବ ପସରା ଗାଡି” ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା ୫ ତାରିଖରୁ ବୁଲିବ ଗାଁ ଆମ୍ବ ପସରା ଗାଡି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ନିୟମକୁ ଦୃଷ୍ଟିରେ ରଖ୍ ଉତ୍ପାଦକ…