ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ

ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ । ମୃତ ଯୁବକ ଜଣଙ୍କ ହେଲେ ଚିକୁନ ବିଶ୍ୱାଳ । ଗତ କାଲି ସାନିଟାଇଜର ପିଇଦେଇ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଯାଇଥିଲା । ତେବେ ଆଜି ପ୍ରାୟ ଭୋର ସମୟରେ ସେ ପାଞ୍ଚମହଲା ଛାତରୁ ତଳକୁ ପଡି ଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା । ସେଠରୁ ତାଙ୍କୁ ସୁରକ୍ଷା କର୍ମୀ ଆଉଡୋରକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକୁନଙ୍କ ଘର ଅନୁଗୁଳ ଜିଲ୍ଲା ଗୋତମରା ଗାଁ ରେ ବୋଲି ଜଣାପଡିଛି । ତେବେ ଚିକିତ୍ସାଳୟରେ ମେଞ୍ଚା ମେଞ୍ଚା ସୁରକ୍ଷା କର୍ମୀ ଥିବା ବେଳେ ରୋଗୀ ବେଡରୁ ଉଠି ଛତ ଉପରକୁ କିଭଳି ଗଲେ ଆଉ କିଭଳି ଛାତରୁ ଡେ଼ଇଁଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

What’s your Reaction?
+1
2
+1
0
+1
0
+1
4
+1
10
+1
0
+1
7

Leave a Reply