ଭୁବନେଶ୍ୱର – ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ ଦିନ ମାନଙ୍କରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ଆଂଶିକ ବାତିଲ ରହିବ । ଆଜି ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ପୁରୀରୁ 08428 ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ରବିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ (୨, ୪ , ୬, ୯ , ୧୧ ଏବଂ ୧୩ ତାରିଖ) ଜାନୁୟାରୀ ମାସ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିବ । ପୁରୀରୁ 08428 ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ (୧ , ୩ , ୫ , ୭ , ୮ , ୧୦ , ୧୨ , ୧୪ ଏବଂ ୧୫ ତାରିଖ) ଜାନୁୟାରୀ ମାସ ପହିଲା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତାଳଚେର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ତାଳଚେର ଠାରୁ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ( ୩ , ୫ ,୭, ୧୦, ୧୨ , ଏବଂ ୧୪ ତାରିଖ) ଜାନୁୟାରୀ ମାସ ୦୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପୁରୀ ଯାତ୍ରା କରିବ । ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର (୨ , ୪ , ୬ , ୮ , ୯ , ୧୧ , ୧୩ , ୧୫ ଏବଂ ୧୬ ତାରିଖ) ଦିନ ମାନଙ୍କରେ ଅନୁଗୁଳ ପରିବର୍ତ୍ତେ ତାଲଚେରରୁ ପୁରୀ ଯାତ୍ରା କରିବ ଏବଂ ଅନୁଗୁଳ ଓ ତାଳଚେର ମଧ୍ୟରେ ବାତିଲ ରହିବ । 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ନିୟମିତ ସେବା ପୁରୀରୁ ୨୦୨୨ ମସିହା ଜାନୁୟାରୀ ୧୬ ତାରିଖ ଠାରୁ ଏବଂ ଅନୁଗୁଳରୁ ୧୭ ତାରିଖ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନର ସମୟ ସାରଣୀ ଓ ବିଭିନ୍ନ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ରହଣି ଅପରିବର୍ତ୍ତିତ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
What’s your Reaction?
+1
2
+1
1
+1
+1
2
+1
17
+1
1
+1
1