ମୁଖ୍ୟ ଖବର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର Angul OnlineDecember 21, 2021December 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି । ମୃତକ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ କରଡାପଡା ଗ୍ରାମର ୫୦ ବର୍ଷୀୟ ବିଦ୍ୟାଧର ବେହେରା ଗତ ରବିବାର ଦିନ ପ୍ରାୟ ଏଗାରଟା ବେଳେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଇଥିଲେ । ତେବେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ପୁରୁଣାକୋଟ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଗଇଁଦି ନିକଟରେ ଥିବା ମୁଣ୍ଡାପଡ଼ିଆ ଠାରେ ବିଦ୍ୟାଧରଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଠାବ କରିଥିଲେ । ଘଟଣା ସ୍ଥଳରେ ହାତୀର ମଳ ପଡ଼ିଥିବାରୁ ବିଦ୍ୟାଧରଙ୍କୁ ହାତୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ମିଳିବା ପରେ ଏସିଏଫ ଶ୍ରୀ ଶୁଭେନ୍ଦୁ ବେହେରା , ବନ୍ତଳା ଅଧିକାରୀ ଶ୍ରୀ ମାଗୁଣୀ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ବିଦ୍ୟାଧରଙ୍କ ମୃତ୍ୟୁ କିଭଳି ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ଓ ପୁଲିସ କହିଛି । Advertisement
କୋଇଲା ଚୋରି ବେଳେ ଜଳିଯାଇ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଟ୍ରେନରୁ କୋଇଲା ଚୋରି କରି ନେଉଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ…
ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ…
ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା…