ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ Angul OnlineDecember 21, 2021December 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ମହୁରପାଣି ଗ୍ରାମର ଭୁବନ ନାଏକ (୬୪) ଜନୈକା ନାବାଳିକାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବା ସହ ଏହି ଘଟଣା ବାହାରେ ପ୍ରକାଶ କଲେ ମାରିଦେବା ପାଇଁ ଧମକ ଦେଇଥିଲା । ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନିଜ ଘରେ ଜଣେଇବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ ଦଫା ୩୭୬(୨)(ସି)୪ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଭୁବନ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହିଦିନଠାରୁ ଭୁବନ ବିଚାରାଧୀନ କଏଦୀ ଭାବେ ସଜା କଟୁଥିଲା । ମଙ୍ଗଳବାର ମାନ୍ୟବର ଆଡ଼ସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ଶ୍ରୀ ଅଗସ୍ତି କୁମାର ସାହୁ ଏହି ମାମଲାର ଶୁଣାଣି କରି ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦସ୍ତାବିଜକୁ ଆଧାରକରି ବିଚାରପତି ଅଗସ୍ତି କୁମାର ସାହୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩୬୩ ଦଫା ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡ , ଦଫା ୩୭୬(୨)(ଏଫ) ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୩୭୬(୩) ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୫୦୬ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପକ୍ସୋ ଆଇନର ଧାରା ୬ ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯିବ ବୋଲି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସରୋଜ ପଟ୍ଟନାୟକ କେଶ ପରିଚାଳନା କରୁଥିଲେ । Advertisement
ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି…
ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।…
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା…