ମୁଖ୍ୟ ଖବର ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ Angul OnlineDecember 22, 2021December 22, 2021 ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ ପୁଲିସ୍ ପାଇଁ କାଳ ହୋଇଛି । ମାମଲାରେ ଥାନାର ତତ୍କାଳୀନ ଆଇଆଇସି ଓ ଏସଆଇ ତଥା ତଦନ୍ତକାରୀ ଅଧକାରୀ ଏଥିପାଇଁ ଦାୟୀ ବୋଲି କମିଶନଙ୍କ ତଦନ୍ତକାରୀ ଟିମ୍ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଅନୁଗୁଳ ଏଚଡ଼ିଏଫସି ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ବେଆଇନ ଭାବେ ୫୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖିବା ଘଟଣାରେ ଟାଉନ ଥାନାର ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ଦାୟୀ ବୋଲି ଓଡିଶା ମାନବିକ ଅଧିକାର ଆୟୋଗ (Odisha Human Rights ) ଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ସୂଚନା ଅନୁସାରେ ୨୦୧୯ ସେପ୍ଟେମ୍ବର ୧୨ ତାରିଖରେ ଶକ୍ତି ବେଦାନ୍ତ ଦାସଙ୍କୁ ପ୍ରଶାସନର ଟଙ୍କା ହେରଫେର ଅଭିଯୋଗରେ ଅନୁଗୁଳ ପୁଲିସ ଥାନାକୁ ଆଣିଥିଲା । କିନ୍ତୁ ତାଙ୍କୁ ସେପ୍ଟେମ୍ବର ୧୪ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା । ବେଆଇନ ଭାବେ ଶକ୍ତି ବେଦାନ୍ତଙ୍କୁ ୫୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖା ଯାଇଥିଲା ବୋଲି ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଶକ୍ତି ବେଦାନ୍ତ ଦାସ । ଅଭିଯୋଗକୁ ନେଇ ଅନୁଗୁଳ ଏସପି ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ଓଡିଶା ମାନବାଧିକାର କମିଶନ । ପରେ ଅନୁଗୋଳ ଏସପିଙ୍କ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରି କମିଶନ ଓଏଚଆରସିର (Odisha Human Rights Commission) ନିଜସ୍ବ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ଓଡିଶା ମାନବ ଅଧିକାର ଆୟୋଗଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବେଆଇନ ଅଟକ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଓଡିଶା ମାନବିକ ଅଧିକାର ଆୟୋଗ ଆସନ୍ତା ଜାନୁଆରୀ ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ନିର୍ଦ୍ଦେଶନାମା ଦେବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି । https://angulonline.com/wp-content/uploads/2021/12/WhatsApp-Video-2021-12-22-at-16.52.57.mp4 Advertisement
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ବ୍ୟାଙ୍କରେ ଲାଗିଲା ନିଆଁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଆକ୍ସିସ ବ୍ୟାଙ୍କରେ ଆଜି ମଧ୍ୟାହ୍ନରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଗଜପତ୍ର ଓ ଆସବାବପତ୍ର ପୋଡି ନଷ୍ଟ…
ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ – ଅନୁଗୁଳରେ କେଉଁଠି କେବେ ହେବ ନିର୍ବାଚନ ପଢନ୍ତୁ ଅନୁଗୁଳ – ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ । ଆସନ୍ତା ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ଭୋଟିଂ । ଯାହାକି ପ୍ରଥମ ପର୍ଯ୍ୟାୟ ଭୋଟ…