ଅପରାଧ ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ Angul OnlineDecember 22, 2021December 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ କୈାଣସି ସୁଫଳ ନ ମିଳିବାରୁ ଖମାର ଗ୍ରାମର ଭାଷ୍କର ସାହୁ ଏକ ଶଗଡରେ ତାଙ୍କ ମା ଓ ନାତୁଣିକୁ ଆଣି ବଗଡିଆ ରୁ ଖମାର ଯାଇଥିବା ଜାତୀୟ ରାଜପଥରେ ବସିବା ସହିତ ଫାଣ୍ଡିରେ ଭଙ୍ଗାରୁଜା କରିଥିଲେ । ମୁଖ୍ୟ ଫାଟକ , ଫଳକ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ଭିତରେ ପଶି ପୋଲିସ କ୍ୟାପ ,ଆସବାବ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା କରିଥିଲେ । ଏପରିକି ଫାଣ୍ଡି ଉପରକୁ ଢେଲା ମାଡ କରି କିଛି ସମୟ ପାଇଁ ଏକ ପ୍ରକାର ଆତଙ୍କ ଖେଳାଇ ଥିଲେ । ଫାଣ୍ଡି ଅଧିକାରୀ କୋର୍ଟ କାମରେ କଟକ ଯାଇଥିବା ବେଳେ ସେହି ସମୟରେ ଫାଣ୍ଡିରେ ଥିବା ଜଣେ ମାତ୍ର ପୁଲିସ କର୍ମଚାରୀ ଭୟରେ ଫାଣ୍ଡି ଛାଡି ପଳାଇଥିଲେ । ଯୁବକଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେ ଏଭଳି କରି ଚାଲିଥିବା ବେଳେ ପରେ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । Advertisement
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…
ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ…
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…