ଆଞ୍ଚଳିକ ହାଇୱା ଧକ୍କାରେ ଯୁବକ ମୃତ Angul OnlineDecember 22, 2021December 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡିଥିବା ବେଳେ ସଂପୂର୍ଣ୍ଣ ପରିଚୟ ଜଣା ପଡି ନଥିବା ପୁଲିସ କହିଛି । ସୁଚନା ଅନୁସାରେ ଯୁବକ ଜଣଙ୍କ ମୋଟରସାଇକେଲରେ ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଚାଳକ ଜଣଙ୍କ ରାସ୍ତାକଡ଼କୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମୋଟରସାଇକେଲଟିକୁ ଜବତ କରି ତଦନ୍ତ କରୁଛି । Advertisement
ଷାଠିଏ ଦିନ ଭିତରେ ରେଜିଷ୍ଟ୍ରେସନ ସାର – ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରଥମ ଜିଲ୍ଲା ଗସ୍ତ ବେଳେ ନିର୍ଦେଶ ଅନୁଗୁଳ – ଅନୁଗୁଳ ସର୍କିଟହାଉସ କନଫ୍ରେନସ ହଲ ଠାରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଶ୍ରମ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଓଡିଶା…
ଜେଏସପି ଫାଉଣ୍ଡେସନ ଏବଂ କୃଷି ବିଭାଗ ପିପିପି ମୋଡରେ କରିବ କୃଷି ସେବାକେନ୍ଦ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି)ର ସାମାଜିକ ଦାୟିତ୍ୱବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, କୃଷି ବିଭାଗ ଓ ରାଜ୍ୟ…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…