ଆଞ୍ଚଳିକ ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ Angul OnlineDecember 24, 2021December 24, 2021 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଆଜି ପୂର୍ବାହ୍ନରେ ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ସ୍ବର୍ଗତ ନନ୍ଦଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ନନ୍ଦଙ୍କୁ ଜଣେ ସ୍ପଷ୍ଟବାଦୀ, ବନ୍ଧୁବତ୍ସଳ, ସରଳ, ନିର୍ଭିକ ପରୋପକାରୀ ଭାବେ ସମାଜରେ ପରିଚିତ ଥିଲେ ବୋଲି କହି ବହୁ ବକ୍ତା ତାଙ୍କର ଗୁଣଗାନ କରିଥିଲେ । ଉକ୍ତ ଶୋକସଭାରେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ଦେବତା, ସୁଶିଲ ପ୍ରଧାନ, ବୈଷ୍ଣବ ପାତ୍ର, ଧର୍ମେନ୍ଦ୍ର ନାଥ ମିଶ୍ର, ଅମୂଲ୍ୟ ବେହେରା, ପ୍ରଶାନ୍ତ ରଥ, ଧୃବ ଚରଣ ସାହୁ, ଗୋପାଳ ନାଥ ପ୍ରମୁଖ ସ୍ବର୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଆତ୍ମାର ସମ୍ମାନାର୍ଥେ ଆଜି ପାଇଁ ସମସ୍ତ କଚେରୀ କାର୍ଯ୍ୟକୁ ଓକିଲମାନେ ବନ୍ଦ ରଖିଥିଲେ । ଶେଷରେ ସଂପାଦକ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…
ଜୋର ଜବରଦସ୍ତି କରୁଥିବା ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗାଁ ମହିଳା ଅନୁଗୁଳ – ପଞ୍ଚାୟତରେ ଯେଉଁ ଜାଗାରେ ଅଧିକ ସରକାରୀ ଜାଗା ଅଛି ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନ କରି ଜୋର ଜବରଦସ୍ତି ଏକ…
ମହୋତ୍ସବରେ ସହିଦ ସ୍ମୃତି ସ୍ତମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ସବୁ ବର୍ଷ ପରି ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି । ଜିଲ୍ଲାର ସମସ୍ତ ସହିଦ ମାନଙ୍କ ସମ୍ମାନାର୍ଥେ…