ଅନୁଗୁଳ – ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ୍ରେ ଅନୁଗୁଳର ବିଏମ୍ସିସି ଏବଂ ତାଳଚେର ଡିସିସି ମଧ୍ୟରେ ଖେଳା ଯାଇଥିଲା । ମୋଟ ୩ଟି ମ୍ୟାଚ୍ ଖେଳ ହୋଇଥିଲା । ପ୍ରଥମ ମ୍ୟାଚ୍ ୧୦ ଓଭର୍ ଏବଂ ପର ଦୁଇଟି ମ୍ୟାଚ୍ ୫ ଓଭର ଲେଖାଏଁ ଖେଳା ଯାଇଥିଲା । ବିଏମ୍ସିସି ଦୁଇଟି ମ୍ୟାଚ୍ ଜିତିଥିବା ଯୋଗୁଁ ଦଳକୁ ଚମ୍ପିୟନ୍ ଘୋଷଣା କରାଯାଇଥିଲା । ପରେ ଆୟୋଜିତ ଉଦ୍ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଅନୁଗୁଳ ଜିଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ସଂପାଦକ ସାଗରନାଥ ମିଶ୍ର , ଉପସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅରୁଣ ପଷୁପାଳକଙ୍କ ସମେତ ବିରେନ ସାମଲ, ଶେଖ ରଫିକ, ଗଙ୍ଗାଧର ପଟ୍ଟନାୟକ, ଅନୁଗୁଳ ‘ସମାଜ’ର ଶାଖା ପରିଚାଳକ ନିରଞ୍ଜନ ହୋତା ଉପସ୍ଥିତ ଥିଲେ । ଚମ୍ପିୟନ୍ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ସମେତ ଟ୍ରଫି ପ୍ରଦାନ କରାଯାଇଥିଲା କ୍ଲବର ସଭାପତି ମୟାଧର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରଞ୍ଜନ କୁମାର ଧୀର ସାମନ୍ତ ପରିଚାଳନା କରିଥିଲେ । ଆମ୍ପାୟର୍ ଭାବେ ଜୟକୃଷ୍ଣ ରାଉତ ଓ ତାପସ ରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ । ମହେଶ୍ବର ଡାକୁଆ ଧାରାବିବରଣୀ ଦେଇଥିଲେ ।
What’s your Reaction?
+1
+1
+1
+1
+1
3
+1
+1