ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ Angul OnlineDecember 26, 2021December 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ୩ ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କୃତ କରାଯାଇ ଥିବା ଜଣା ପଡିଛି । ସୂଚନା ଅନୁସାରେ ଗୋତମରା ଗାଁ ପଦ୍ମ ଚରଣ ବିଶ୍ବାଳଙ୍କ ପୁଅ ଚିକୁନ ବିଶ୍ୱାଳ ସ୍ୟାନିଟାଇଜ଼ର ପିଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ୧୬ ତାରିଖ ଦିନ ସେ ଚାରି ମହଲା କୋଠାରୁ ତଳକୁ ଡେଇଁ ପଡ଼ିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଉକ୍ତ ସମୟରେ ୱାର୍ଡରେ ମୋଟ ୩ ଜଣ ସୁରକ୍ଷା କର୍ମୀ ସୁରକ୍ଷା ଦାୟିତ୍ଵରେ ଥିଲେ । ଆଉ ସେହି ତିନି ଜଣଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଜଣା ପଡିବା ପରେ ଭାରତ ସିକ୍ୟୁରୀଟି ପକ୍ଷରୁ ଲୋକେଶ ବେହେରା, ଅରୁପ ସାହୁ ଏବଂ ନୀଳମଣି ସାହୁ ନାମକ ତିନି ସୁରକ୍ଷା କର୍ମୀଙ୍କୁ ବହିଷ୍କୃତ କରାଯାଇଛି । Advertisement
ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ମୁନି ପ୍ରଧାନ ଓ ଗୌରୀ…
ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ…
ଔଷଧ ଦୋକାନରୁ ଚୋରି ଅନୁଗୋଳ – ଅନୁଗୋଳ ସହରର ଅମଲାପଡ଼ାରେ ଥିବା ଏକ ଔଷଧ ଦେକାନରୁ ଗୁରୁବାର ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ହୋଇଛି । ସୂଚନା ଯେ, ରାତିରେ…