ରାଜନୀତି ବିଜେପିରେ ଯୋଗ ଦେଲେ ଦୂର୍ଗା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ ବିଜେଡି ଦଳ ଇସ୍ତଫା ଦେଇଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ ବିଜେଡିରେ ସେ କୋଣଠେସା ହୋଇଥିଲେ । ଏଥିପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦାନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୂର୍ଗାଙ୍କ ବିଜେପିରେ ଯୋଗଦାନ ପରେ ଅନୁଗୁଳ ବ୍ଲକରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ନିର୍ବାଚନ ଶୁଭଂକର ହେବ ବୋଲି ଆଶା କରା ଯାଉଛି । Advertisement
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ଅନୁଗୁଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ – ମାଳତି ଆଶ୍ରମ ବୁଲିଲେ , ଗରିବ ଘରେ ଖାଇଲେ ଅନୁଗୁଳ – ଭାରତ ସ୍ୱାଧୀନତାର ୭୫ ବର୍ଷରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇ ଦିନିଆ ଅନୁଗୁଳ…
ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଓ ପ୍ରତିଶ୍ରୁତି ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ହାତରେ ଥିବା ବେଳେ ଆଜି ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି…