ଅପରାଧ ଜେଲ ସାମନାରୁ ଚୋରୀ – ସିସି ଟିଭିରେ କଏଦ ହେଲା ଚୋରର କାରନାମା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ସଦର ମହକୁମା ଜେଲ ଛକରୁ ସାଇକେଲ ଚୋରୀ । ରାସ୍ତାରେ ଯାଉଥିବା ବେଳେ ସାଇକେଲ ଥୁଆ ହୋଇଥିବା ଦେଖି ମଉକାର ଫାଇଦା ଉଠାଇ ସାଇକେଲ ଚୋରୀ କରିନେଲା ଚୋର । ହେଲେ ଚୋରା ଜାଣି ନଥିଲା ଯେ , ତାର ଏହି ସବୁ କରନାମା ସିସିଟିଭିରେ କଏଦ ହେଉଛି ବୋଲି । ଯାହାର ଚିତ୍ର ଏବେ ଭାଇରାଲ ହେଉଛି । ସୂଚନା ଅନୁସାରେ ଜେଲ ସମ୍ମୁଖରେ ଥିବା ଏକ ଜନ ସେବା କେନ୍ଦ୍ରରେ କାର୍ଯ୍ୟରତ ସୁବ୍ରତ ନାଏକ ତାଙ୍କ ସାଇକେଲଟି ଜନସେବା କେନ୍ଦ୍ର ନିକଟରେ ରଖି କାମ କରୁଥିଲେ । ତେବେ ସନ୍ଧ୍ୟା ୭ ଟା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯୁବକଙ୍କ ସାଇକେଲ ଉପରେ ନଜର ପଡିଥିଲା । ଆଉ କିଛି ସମୟ ଅନୁଧ୍ୟାନ କରିବା ପରେ ତୁରନ୍ତ ସାଇକେଲଟି ନେଇ ସେଠାରୁ ପଳାଇ ଯାଇଥିଲା । ସୁବ୍ରତ କାମ ସାରି ଆସି ଦେଖିବା ବେଳକୁ ସାଇକେଲ ନପାଇ ସିସିଟିଭି ଯାଞ୍ଚ କରିବାରୁ ସାଇକେଲ ଚୋରୀ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । https://angulonline.com/wp-content/uploads/2021/12/233.mp4 Advertisement
ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…