ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କ ସୋସିଆଲ ମିଡିଆରେ ଲେଖା ଯାଇଥିବା କବିତାକୁ ନେଇ ଛେଣ୍ଡିପଦା ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି  । ସୂଚନା ଅନୁସାରେ , ଛେଣ୍ତିପଦା ଗ୍ରାମର  ଅବସରପ୍ରାପ୍ତ ଅଧକ୍ଷ ଉଦୟନାଥ ବେହେରା ୩ ଦିନ ତଳେ ସାମାଜିକ ଗଣ ମାଧ୍ୟମରେ ଏକ କବିତା ଲେଖିଥିଲେ ଏହି କବିତାରେ ସେ ଗାଁ ନାମରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ଗ୍ରାମରେ ବୈଠକ କରିବା ସହିତ ଗୁରୁବାର ଅପରାହ୍ନରେ ଛେଣ୍ଡିପଦା ଗ୍ରାମର ଶତାଧିକ  ଗ୍ରାମବାସୀ ଛେଣ୍ଡିପଦା ଥାନାର ଦ୍ଵାରସ୍ଥ ହେବା ସହିତ ଅଧକ୍ଷଙ୍କ ନାମରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମାନେ ଫେରିଯାଇଛନ୍ତି ।

What’s your Reaction?
+1
3
+1
0
+1
1
+1
4
+1
3
+1
3
+1
0

Leave a Reply