ଉଦଘାଟନ ହେବ ଅତ୍ୟାଧୁନିକ ବସ ଟର୍ମିନାଲ !!

ଉଦଘାଟନ ହେବ ଅତ୍ୟାଧୁନିକ ବସ ଟର୍ମିନାଲ !!

ଅନୁଗୁଳ – ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ହେଲେ ସରିବାର ନାଁ ନେଉନି ଅନୁଗୁଳରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟ । ଇତିମଧ୍ୟରେ ୯ ବର୍ଷ ବିତିଲାଣି । ଜିଲ୍ଲାବାସୀଙ୍କ ପାଇଁ ବିଶ୍ୱସ୍ତରୀୟ ବସ ଷ୍ଟାଣ୍ଡ୍ ସ୍ବପ୍ନ ହୋଇ ରହିଥିବା ବେଳେ ଏହାର କାମ ସରୁ ନାହିଁ କି ଉଦ୍‌ଘାଟନ ହେଇ ପାରୁ ନାହିଁ ୨୦୧୧ ମସିହାରୁ ଅନୁଗୁଳରେ ଅତ୍ୟାଧୁନିକ ବସଷ୍ଟାଣ୍ଡ୍ ନେଇ ସ୍ଵପ୍ନ ଦେଖାଇଥିଲେ ସରକାର । ଏଥିଲାଗି ସହର ମଧ୍ୟରେ ଥିବା ମୂଲ୍ୟବାନ ଜମି ଶାଗମାଛ ଦରରେ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଥିଲା । ଏହି ବିଶ୍ବସ୍ତରୀୟ ବସ ଷ୍ଟାଣ୍ଡ୍ରେ ହୋଟେଲ୍‌ ଠାରୁ ଆରମ୍ଭ କରି ଚିତ୍ତବିନୋଦନ କେନ୍ଦ୍ର , ମାର୍କେଟ କମ୍ପ୍ଲେକ୍ସ , ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ , ସବୁକିଛି ଉପଲବ୍ଧ ହେବ । ଗୋଟିଏ କି ଦୁଇଟି ନୁହଁ , ଗୋଟିଏ ସମୟରେ ୨୦ଟି ବସ୍ ଯିବା ଆସିବା କରିବା ସହ ଏଟିଏମ୍ , ପୁଲିସ୍ ଫାଣ୍ଡି , ଡ୍ରାଇଭର ବିଶ୍ରାମ କକ୍ଷ ବସ୍‌ ପାର୍କି ସ୍ଥାନ , ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍ , ସୂଚନା କେନ୍ଦ୍ର , ଟିକେଟ୍ କାଉଣ୍ଟର , ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ରହିବ ବୋଲି ସରକାର ରଙ୍ଗୀନ୍ ସ୍ଵପ୍ନ ଦେଖାଇଥିଲେ । ଏଥିପାଇଁ ୨୦୧୨ ମସିହା ଏପ୍ରିଲ୍‌ ୯ ତାରିଖରେ ଏମ୍ଓୟୁ ହୋଇ ପିପିପି ମୋଡ୍‌ରେ ସରକାର , ଟାମଡ଼ା ଓ ମିଲନ ବିଲଡର ଓ ଡେଭଲପରଙ୍କୁ ନିର୍ମାଣ କାର୍ଯ୍ୟ କରିବାକୁ ଚୁକ୍ତିନାମା ହୋଇଥିଲା । ୨୦୧୨ରେ ଶିଳାନ୍ୟାସ କରିବା ପରେ ୨୦୧୩ରେ କାର୍ଯ୍ୟାରମ୍ଭ ହୋଇଥିଲା । ଚୁକ୍ତି ଅନୁସାରେ ବସଷ୍ଟାଣ୍ଡର ନିର୍ମାଣ ୨ ବର୍ଷ ସମୟ ଦିଆଯାଇଥିଲା । ହେଲେ ବର୍ତ୍ତମାନ ସୁଧା ଏହା ସରିବାର ନାଁ ନେଉନି । ୨୦୨୦ ସୁଦ୍ଧା ବସଷ୍ଟାଣ୍ଡ୍ ନିର୍ମାଣ କାମ ପୂରା କଛପ ଗତିରେ ଚାଲିଥିଲା । ତେବେ ନୂଆ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ବସଷ୍ଟାଣ୍ଡର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା । କରୋନା କଟକଣା ସତ୍ତ୍ଵେ ବସଷ୍ଟାଣ୍ଡ୍ କାମ ଫୁଲ୍ ଦମରେ ଚାଲିଛି । ସେପଟେ ଅନୁଗୁଳରେ ବସ୍ ଟର୍ମିନାଲ୍ ନଥିବାରୁ ବସ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟହୋଇ ବସକୁ ରାସ୍ତା କଡ଼ରେ ପାର୍କି ଜରୁଛନ୍ତି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଅନୁଗୁଳ ସହରରେ ବର୍ତ୍ତମାନ ଥିବା ଘରୋଇ ବସଷ୍ଟାଣ୍ଡ୍ ଅତି ଶୋଚନୀୟ ହୋଇ ପଡ଼ିଛି ଶୌଚାଳୟ ନଥିବାରୁ ଯାତ୍ରୀ ଦହଗଞ୍ଜ ହେଉଛନ୍ତି ଏମିତି କି ଖରା , ବର୍ଷା , ଶୀତରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ସ୍ଥଳଟିଏ ନାହିଁ । ତେଣୁ ଯାତ୍ରୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଯଥାଶୀଘ୍ର ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ତେବେ ନୂତନ ବସଷ୍ଟାଣ୍ଡର ପ୍ରାୟ କାମ ଶେଷ ହୋଇସାରିଲାଣି । ଏହା ଏକ ବଡ଼ ପ୍ରକଳ୍ପ ହୋଇଥିବାରୁ ସୁବିଧା ଦେଖି ଯଥାଶୀଘ୍ର ଏହାର ଉଦ୍‌ଘାଟନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଥିବା ଜଣା ପଡିଛି ।

What’s your Reaction?
+1
2
+1
0
+1
1
+1
0
+1
11
+1
0
+1
0

Leave a Reply