ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍‌ ଆକ୍ରାନ୍ତ

ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍‌ ଆକ୍ରାନ୍ତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା ହୋଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଓମିକ୍ରନ୍‌ ଆଶଙ୍କାରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଜିନମ ସିକ୍ୟୁଏନ୍ସିଂ ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)କୁ ପଠାଯାଇଥିଲା ।  ସେଠାରେ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି ନାନାହିଁ, ଏବଂ ଆକ୍ରାନ୍ତଙ୍କ ସଂପର୍କରେ ଅନ୍ୟ ତଥ୍ୟ ଜିଲ୍ଲା ପ୍ରଶାସନ ଠାରୁ ସଂଗ୍ରହ କରାଯାଉଥିବା ସେ ସୂଚନା ଦେଇଛନ୍ତି । ତେବେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି ବୋଲି ସୂଚନା ଦେବା ସହ ସେମାନଙ୍କ ଟେଷ୍ଟିଙ୍ଗ ସରିଛି ବୋଲି କହିଛନ୍ତି ଆରଟିପିସିଆର ଟେଷ୍ଟରେ ସେମାନକ ପରିବାର ଆଉ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଥିବା ଜିଲ୍ଲାପାଳ କହିଛନ୍ତି ଆଉ ଏ ନେଇ ଜିଲ୍ଲା ପ୍ରଶାସନ ସଜାଗ ଥିବା ମଧ୍ୟ ସେ କହିଛନ୍ତି ସୂଚନା ଯୋଗ୍ୟ ଯେ, ରବିବାର ରାଜ୍ୟରେ ୨୩ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

   

                    

What’s your Reaction?
+1
13
+1
5
+1
8
+1
2
+1
26
+1
6
+1
13

Leave a Reply