ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ

ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ

ଛେଣ୍ଡିପଦା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହି ଠାରୁ ଛେଣ୍ଡିପଦା ପୁଲିସ ସୋମବାର ରାତ୍ରୀ ୯ଟାରେ ଏକ ଚୋରା ବଲେରୋ ଗାଡିକୁ ଜବତ କରିଛି । ସୂଚନା ଅନୁସାରେ ସୋମବାର ସକାଳୁ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଶିମିଳିସାହିଠାରେ ରାସ୍ତା ପାଶ୍ୱର୍ରେ ଏକ ବଲେରୋ ଗାଡି ଛିଡା ହୋଇଥିଲା । କିନ୍ତୁ ବଲେରୋ ଗାଡିରେ କୌଣସି ବ୍ୟକ୍ତି ନଥିବା ଜଣାପଡିଥିଲା । ତେବେ କେହି ବଲେରୋ ଗାଡିକୁ ଛାଡି କେହି କୌଣସି କାର୍ଯ୍ୟରେ ଯାଇଥିବା ଜନସାଧାରଣ ସନ୍ଦେହ କରିଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଗାଡି ପାଖକୁ କେହି ନଆସିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏ ନେଇ ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ପୁଲିସକୁ ଖବର ଦେଇଥିଲେ । ପୁଲିସ ସନ୍ଧ୍ୟାରେ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଚୋରି ଗାଡି ବୋଲି ସନ୍ଦେହ କରିଥିଲେ । ପୁଲିସ ସୂଚନା ମୁତାବକ ଏକ ବଲେରୋ ଗାଡି ଚୋରି ହୋଇଥିବା ସେମାନେ ଖବର ପାଇଥିଲେ । ତେବେ ଉକ୍ତ ଗାଡିଟି ସେହି ଚୋରି ଗାଡି ବୋଲି ଜଣା ପଡୁଛି । ଚୋରି ଗାଡିଟି  ଜରାସିଂହା ଗ୍ରାମର ହୋଇଥିବା ଜାଣିବାକୁ ପାଇ ଥିବା ବେଳେ ଗାଡିଟି ମାଲିକଙ୍କ ଘରେ ଥିବାବେଳେ ରବିବାର ରାତ୍ରୀରେ ଚୋର ମାନେ ବଲେରୋ ଗାଡିକୁ ଚୋରୀ କରି ନେଇଥିବା ଥାନା ଅଭିଯୋଗ ହୋଇଛି । ଚୋର ମାନେ ଗାଡିକୁ ନେଇ କୋଶଳା ପର୍ଯ୍ୟନ୍ତ ଆସି କୌଣସି କାରଣ ବଶତଃ ଶିମିଳିସାହି ଠାରେ ସେହି ଗାଡିକୁ ଛାଡି ଦେଇ ସେହି ଶିମିଳିସାହିର ଅଜିତ କୁମାର ସାହୁଙ୍କ ଘରେ ଛିଡା ହୋଇଥିବା ନାଲି ରଙ୍ଗର ବଲେରୋ ଗାଡିକୁ ନେଇ ପଳାଇଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଚୋରି ଗାଡିକୁ ଜବତ କରି ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ।

What’s your Reaction?
+1
0
+1
0
+1
2
+1
0
+1
3
+1
0
+1
0

Leave a Reply