ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା

ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା

ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ ଫେସର ଅଧିକାରିଣୀ ହୋଇଛନ୍ତି । ବର୍ତ୍ତମାନ ବାଙ୍ଗାଲୋରରେ ତାଙ୍କ ସ୍ଵାମୀ ସରୋଜ କୁମାର ଖୁଣ୍ଟିଆ ଏବଂ ୯ ବର୍ଷର ପୁଅ ରିଷଭଙ୍କ ସହ ରହୁଥିବା ରୂପାଲି ଇଞ୍ଜିନିୟରିଂ ପଢିବା ସହ ୮ ବର୍ଷ ହେଲା ସଫ୍ଟୱେୟାର କ୍ଷେତ୍ରରେ ଚାକିରି କରିଥିଲେ । ଏବେ ସେ ଗୃହିଣୀ ଥିବା ବେଳେ ଫେସନ ଡିଜାଇନ ଉପରେ ତାଙ୍କର ବେଶ ଆଗ୍ରହ ଥିଲା । ଯେତେବେଳେ ସେ ଶ୍ରୀମତୀ ଇଣ୍ଡିଆ ଆର୍ଥ ପାଇଁ ବିଜ୍ଞାପନ ଦେଖିଥିଲେ , ତାଙ୍କୁ ଏହା ଯେମିତି ଡାକୁଛି ଭଳିଆ ସେ ଅନୁଭବ କରିଥିଲେ । ଆଉ ଆୟୋଜକ ସଂସ୍ଥାର ଉଦ୍ୟେଶ ସେଭ ଦ ଆର୍ଥ ଥିବା କଥା ତାଙ୍କୁ ବେଶି ଆକର୍ଷିତ କରିଥିଲା । ପ୍ରକୃତି ମା ପ୍ରତି ପୂର୍ବରୁ କିଛି କରିବାର ଇଚ୍ଛା ଥିବା ବେଳେ ଏଥିରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ଲାଟଫର୍ମ ଥିବାରୁ ସେ ଏଥିରେ ଭାଗ ନେବା ପାଇଁ ମନସ୍ଥ କରୁଇଥିଲେ । ଆଉ ଅନେକ ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥ୍ନା ଅଧିକାର କରିଥିଲେ । ସେ ସ୍ଵପ୍ନ ଦେଖିବା ଆଉ କଠିନ ପରିଶ୍ରମ କରିବା ଉପରେ ବିଶ୍ଵାସ ରଖନ୍ତି । ଯେଉଁଥିପାଇଁ ଆଜି ତାଙ୍କୁ ଏଭଳି ଏକ ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି । ତାଙ୍କ ବାପା ଅଶ୍ଵନୀ କୁମାର ଏବଂ ମା ଜ୍ୟୋତ୍ସ୍ନାଙ୍କ ସହଯୋଗ ଏଥିପାଇଁ ମଧ୍ୟ ବେଶ ରହିଛି

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply