ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର

ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ  ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର ।  ହାତୀ ଛୁଆଟିର ବୟସ ତିନିରୁ ଚାରିମାସ ହେବ ବୋଲି ଜଣାପଡିଛି । ତେବେ ଏହି ହାତୀ ଛୁଆଟିର କେଉଁ କାରଣରୁ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ତାଳଚେର ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅପରାହ୍ନ ସମୟରେ ଗ୍ରାମବାସୀ ମାନେ ଏହି ମୃତ ହାତୀ ଛୁଆଟି ମରିପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହାତୀ ଛୁଆଟିର ମୃତ୍ୟୁ କିଭଳି ହେଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛିଦିନ ଏହି ଅଞ୍ଚଳରେ ହାତୀପଲଙ୍କ ସହ ଏହି ଛୁଆହାତୀଟି ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply