ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଶଶୁର ଘର କୂଅରୁ ଜ୍ଵାଇଁର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଜରପଡା ଥାନା ଜେରେଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରା ବୋଲି ଜଣା ପଡିଛି । ସୂଚନା ଅନୁସାରେ , ଜରପଡା ଥାନା ଜେରେଙ୍ଗ ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ଗଜେନ୍ଦ୍ର ଦୁଇ ମାସ ହେବ ସନ୍ତରାବନ୍ଧ ଗ୍ରାମରେ ଥିବା ତାଙ୍କ ଶଶୁରଘର ନାରଣ ବେହେରାଙ୍କ ଘରେ ରହି ଆସୁଥିଲେ । ଗତକାଲି(ମଙ୍ଗଳବାର) ଗାଁରେ ହେଉଥିବା ମା ମହିଷାର୍ଦ୍ଦିନୀଙ୍କ ବର୍ଷିକ ଯାତ୍ରା ଦେଖିବା ପାଇଁ ଯାଇ ସେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ରାତିରେ ଶଶୁର ଘର ପଛପାଖ କୂଅରୁ ଗଜେନ୍ଦ୍ରଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । ଅପରପକ୍ଷେ ଗଜେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗଜେନ୍ଦ୍ରଙ୍କ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରିଥିବା ବେଳେ ଗଜେନ୍ଦ୍ରଙ୍କୁ ମାରି କୂଅରେ ପକାଇ ଦେଇଥିବା ନେଇ ମୃତକଙ୍କ ବାପା ନାରାୟଣ ସାହୁ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।
What’s your Reaction?
+1
+1
+1
+1
+1
4
+1
1
+1