ପ୍ରକାଶ ପାଇଲା ଚୁଡାନ୍ତ ସଂରକ୍ଷଣ ତାଲିକା – ୮ ବ୍ଲକରୁ ୪ ରେ ମହିଳା

ପ୍ରକାଶ ପାଇଲା ଚୁଡାନ୍ତ ସଂରକ୍ଷଣ ତାଲିକା – ୮ ବ୍ଲକରୁ ୪ ରେ ମହିଳା

ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ଜିଲ୍ଲାର ମୋଟ୍‌ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟରୁ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ସେହିପରି ଆଠମଲ୍ଲିକ, କଣିହାଁ ଓ ବଅଁରପାଳ ଅଣସଂରକ୍ଷିତ ଥିବାବେଳେ କିଶୋରନଗର ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା, ତାଳଚେର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ଏବଂ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁଗୁଳ ବ୍ଲକରେ ଥିବା ମୋଟ୍‌ ୩୪ଟି ପଞ୍ଚାୟତ ମଧ୍ୟରୁ ୨୭ଟି ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି । ସେଥିରୁ ୧୪ଟି ପୁରୁଷ ଓ ୧୩ଟି ମହିଳାଙ୍କ ପାଇଁ ରଖାଯାଇଛି । ଅନ୍ୟ ୭ଟି ମଧ୍ୟରୁ ଅନୁସୂଚିତ ଜାତି ପୁରୁଷଙ୍କ ପାଇଁ ୩ ଓ ମହିଳାଙ୍କ ପାଇଁ ୪ଟି ପଞ୍ଚାୟତ ସଂରକ୍ଷିତ ରହିଛି । ବଅଁରପାଳ ବ୍ଲକର ୩୫ ପଞ୍ଚାୟତ ମଧ୍ୟରୁ ୨୬ଟି ପଞ୍ଚାୟତ ଅଣସଂରକ୍ଷିତ ଓ ୯ଟି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ରଖାଯାଇଛି । ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ମଧ୍ୟରୁ ୨୬ଟି ଅଣସଂରକ୍ଷିତ ଓ ଅନୁସୂଚିତ ଜାତିଙ୍କ ପାଇଁ ୮ଟି ପଞ୍ଚାୟତ ରଖାଯାଇଛି । ତାଳଚେର ବ୍ଲକର ୨୧ ପଞ୍ଚାୟତ ମଧ୍ୟରୁ ୧୫ଟି ଅଣସଂରକ୍ଷିତ ଓ ୬ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଛି । କଣିହାଁ ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୭ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, କିଶୋରନଗର ବ୍ଲକର ୨୩ ପଞ୍ଚାୟତ ମଧ୍ୟରୁ ୧୯ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, ପାଲଲହଡ଼ା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୩ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ସମିତି ସଭ୍ୟମାନଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇଛି ।   

 

What’s your Reaction?
+1
0
+1
0
+1
0
+1
0
+1
3
+1
1
+1
0

Leave a Reply