ମା’ ଖୁମ୍ବେଶ୍ୱରୀ ଓ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମା’ ଖୁମ୍ବେଶ୍ୱରୀ ଓ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଅନୁଗୁଳ – ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗାଁ ଖେଳ ପଡ଼ିଆଠାରେ ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ଅରୁଣାଭ ସିଂହ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ସରପଞ୍ଚ ପ୍ରିୟମ୍ବଦା ନାଏକ, ବିଷ୍ଣୁ ପ୍ରଧାନ, ପ୍ରମିଳା ବିଶ୍ୱାଳ, ଲମ୍ବୋଦର ନାଏକ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ୍ କୁସାସିଂହା ଓ କାଣ୍ଡସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କାଣ୍ଡସର ଦଳ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍ ସଂଗ୍ରହ କରିଥିଲା । ଜବାବରେ କୁସାସିଂହା ଦଳ ନିର୍ଦ୍ଧାରିତ ୧୮ ଓଭରରେ ୧୨୬ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ସୁନାଭୁଇଁ ଖେଳ ପଡ଼ିଆଠାରେ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେଇଯାଇଛି। ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ଅରୁଣାଭ ସିଂହ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତା ସାହୁ ଓ ମନୋଜ ସାହୁ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍ ସୁରାବ ଓ କଂସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଂସରା ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯୬ରନ୍ ସଂଗ୍ରହ କରିଥିଲା । ଜବାବରେ ସୁରାବ ଦଳ ୧୪.୧ ଓଭରରେ ୯୭ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଛି ।

 

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply