ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ

ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ

ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା ଆଜି ଅନୁଗୁଳ ସହରସ୍ଥିତ ବୁଢୀ ଠାକୁରାଣୀ ଛକ ନିକଟରେ ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ସ୍ତ୍ରୀ ଆଉ ୩ ବର୍ଷର ଝିଅକୁ ଧରି ସ୍ତ୍ରୀଙ୍କ ବାପଘର ପୁରୁଣାଗଡ ଅଞ୍ଚଳକୁ ଯାଉଥିଲେ । ଗତ କିଛି ଦିନ ହେଲା ସ୍ତ୍ରୀଙ୍କ ମନ ଭଲ ରହୁ ନଥିବାରୁ ସ୍ଵାମୀ ତାଙ୍କୁ ମୋଟରସାଇକେଲରେ ବୁଲାଇ ନେଉଥିଲେ । ତେବେ ଅନୁଗୁଳ ବୁଢୀ ଠାକୁରାଣୀ ଛକ ନିକଟରେ ସ୍ତ୍ରୀ ମୁଣ୍ଡ ବୁଲାଉଛି କହି ଗାଡି ରଖିବାକୁ କହିଥିଲେ । ଆଉ ସେଠାରେ ଥିବା ଏକ ଦୋକାନ ସାମ୍ନାରେ ବସିଥିଲେ । ସ୍ତ୍ରୀଙ୍କ ମୁଣ୍ଡ ବୁଲାଉଥିବାରୁ ସ୍ଵାମୀ ତାଙ୍କ ଝିଅକୁ ଧରି ନିକଟସ୍ଥ ଏକ ଦୋକାନକୁ ପାଣି ଆଣିବାକୁ ଯାଇଥିଲେ । ତେବେ ସେଠାରୁ ପାଣି ଆଣି ଆସିବା ବେଳକୁ ତାଙ୍କ ସ୍ତ୍ରୀ ସନ୍ତରୀ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ମୋଟରସାଇକେଲରେ ଫେରା ହୋଇ ଯାଇଥିଲେ । ସ୍ଵାମୀ ଜଣଙ୍କ ଧାରା ଧର ବୋଲି ଚିତ୍କାର କରିବା ବେଳେ ସ୍ଥାନୀୟ ଲୋକ କିଛି ବୁଝିବା ବେଳକୁ ସ୍ତ୍ରୀ ତାଙ୍କ ପ୍ରେମିକ ସହ ଛୁ ମାରି ଦେଇଥିଲେ । ବିଚରା ସ୍ଵାମୀ କାନମୁଣ୍ଡା ଆଉଁଶି ଝିଅକୁ ଧରି ନିଜ ପରିବାର ଓ ସମ୍ପର୍କିୟଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି । ତେବେ ଗତ ୫ ମାସ ପୂର୍ବରୁ ତାଙ୍କ ସ୍ତ୍ରୀ , ସମ୍ପୃକ୍ତ ଯୁବକଙ୍କ ସହ ପଳାଇ ଯାଇଥିଲେ । ପରେ ଅପୋଷ ବୁଝାମଣା ପରେ ସେ ପୁଣି ସ୍ତ୍ରୀଙ୍କୁ ଆପଣେଇ ନେଇଥିଲେ । ହେଲେ ଏହାର ୫ ମାସ ପରେ ଆଜି (ସୋମବାର) ପୁଣି ତାଙ୍କ ସ୍ତ୍ରୀ ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି । ତେବେ ପ୍ରେମିକଙ୍କ ମଧ୍ୟ ଦୁଇଟି ସନ୍ତାନ ଥିବା ଥିବା ବେଳେ ଆଉ ଉଭୟ ସମ୍ପର୍କରେ ଶାଳି ଭିଣୋଇ ହେବେ ବୋଲି ଜଣା ପଡିଛି ।

 

 

 

What’s your Reaction?
+1
12
+1
2
+1
0
+1
3
+1
4
+1
2
+1
0

Leave a Reply