୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ

୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ପୁଲିସ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ , ୩ ଟି ଜୀବନ୍ତ ଗୁଳି , ଗୋଟିଏ ଧଳା ରଙ୍ଗର ସ୍କୋର୍ପିଓ ଗାଡି , ଗୋଟିଏ ବୋଲେନୋ କାର , ୮ ଟି ମୋବାଇଲ ସମେତ ୩୧ ହଜାର ୯୫୦ ଟଙ୍କା ଜବତ କରିଛି ସୂଚନା ଅନୁସାରେ ନିଶା ଶିଳ୍ପାଞ୍ଚଳ ଥାନା ବଡମହିତଳା ନିକଟରେ ଏକ ଡକାୟତ ଗ୍ୟାଙ୍ଗ ୨ ଟି ଗାଡି ରଖି ଡକାୟତି ଯୋଜନା କରୁଥିବା ପୁଲିସକୁ ଖବର ମିଳିଥିଲା । ଖବର ମିଳିବା ପରେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଏବଂ ପୁଲିସ ମିଳିତ ଚଢାଉ କରି ଡକାୟତ ମାନଙ୍କୁ କାବୁ କରିବାକୁ ସଫଳ ହୋଇଥିଲେ । ସେମାନଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଳନ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଠଗଡ ଲକ୍ଷ୍ମୀନାରାୟଣପୁର ଗାଁର ସୁବାଶିଷ ସାହାଣି , ଆଠଗଡ ଉପରସାହିର ଜିତୁ ରଞ୍ଜନ ବେହେରା , ଲକ୍ଷ୍ମଣପୁର ଗାଁର ଉମେଶ ସାମଲ , ରାସୋଳ ଥାନା ବ୍ରହ୍ମପୁର ଅଞ୍ଚଳର ରାଜେଶ ପ୍ରଧାନ , ଢେଙ୍କାନାଳ ସିଆରିଆ ଗାଁର ସୁନୀଲ କୁମାର ରାଉତ , ଜରପଡା ଥାନା ଜେରେଙ୍ଗର ସୁଶାନ୍ତ ସାହୁ , ମଞ୍ଚେଶ୍ଵର ଥାନା ରୁକୁଟା ଅଞ୍ଚଳର ଦେବାଶିଷ ରାଉତ ବୋଲି ଜଣା ପଡିଛି । ଏହି ଡକାୟତ ଗ୍ୟାଙ୍ଗର ପୂର୍ବରୁ ଆଠଗଡ , ବଡମ୍ବା , ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅନେକ ଡକାୟତି କରିବା ସହ ଗତ ଜାନୁଆରୀ ମାସ ୭ ତାରିଖରେ ବଇଣ୍ଡା ୟୁନାଇଟେଡ ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଡକାୟତିରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି ।

 

What’s your Reaction?
+1
0
+1
0
+1
0
+1
1
+1
8
+1
1
+1
0

Leave a Reply