ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ ପୁଲିସ ସଫଳ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅନୁଗୁଳ ଜିଲ୍ଲା ଖମାର ଥାନା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳି ସୂଚନା ପାଇଥିଲେ । ସୂଚନା ମିଳିବା ପରେ ସଦଳବଳ ଚଢାଉ କରି ଏକ ପାଣି ଟ୍ୟାଙ୍କର ସହ ଟ୍ରାକ୍ଟର ଜବତ କରିଥିଲେ । ଜାଞ୍ଚ ବେଳେ ସେଥିରୁ ୨୯୭ କିଲୋ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ଘଟଣାରେ ଖମାର ପୂଲିସ ୨ ଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ଝାଡଖଣ୍ଡ ଅଞ୍ଚଳର ଅନୀଲ ସ ଏବଂ ଫୁଲଚନ୍ଦ ପରିହା ବୋଲି ଜଣାପଡିଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଛି ।
What’s your Reaction?
+1
1
+1
+1
+1
+1
8
+1
1
+1
1