ଅପରାଧ ଟିକନ ହତ୍ୟା ଅପରାଧୀ ଗିରଫ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ ସୂଚନା ଅନୁସାରେ ୧୧ ତାରିଖ ସକାଳେ ବିଜୁ ଓ ଟିକନ ଏକାଠି ମଦ୍ୟପାନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ମିଳାମିଶା ହୋଇ ଯାଇଥିଲେ । ତେବେ ସନ୍ଧ୍ୟାରେ ପୁଣି ଉଭୟ ଏକାଠି ହେବା ସହ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନ ପେଟକୁ ଆଘାତ କରିଥିଲା । ଏଥିରେ ଟିକନର ଅନ୍ତଃବୁଜୁଳା ବାହାରି ଯାଇଥିବା ବେଳେ ଟିକନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ସଦର ଥାନା ପୁଲିସ ବିଜୁ ନାଏକକୁ ଦଫା ୩୦୨-୩୪ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି…
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…