ଅପରାଧ ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ ଚୋର ପଶିଥିବା ବେଳେ ପରିବାର ଲୋକ କାବୁ କରି ନେଇ ପୁଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ମହେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଚୋରି ଉଦ୍ୟେଶରେ ଅକ୍ଷୟଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ରୋଷେଇ ଘର ଲାଗିଥିବା ଏକଜଷ୍ଟ ଫ୍ୟାନ ଭାଙ୍ଗି ସେହି ବାଟରେ ରୋଷେଇ ଘରେ ପ୍ରବେଶ କରିଥିଲା । ତେବେ ରୋଷେଇ ଘରେ ଥିବା ବାସନ କୁସନ ପଡି ଶବ୍ଦ ହେବା ଫଳରେ ଘରେ ଶୋଇଥିବା ଲୋକ ସମସ୍ତେ ଉଠି ପଡିଥିଲେ । ଏହା ଦେଖି ଚୋର ଦୌଡ଼ି ଡ୍ରଇଂ ରୁମ୍ ରେ ପଶିଯାଇଥିଲା । ଡ୍ରଇଂ ରୁମ୍ ଏକ ପାଖରୁ ଲକ ପଡିଥିବାବେଳେ ଅନ୍ୟ କବାଟକୁ ଘର ଲୋକ ଲକ୍ କରି ଦେଇଥିଲେ । ପରେ ବଅଁରପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବଅଁରପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ କାବୁ କରିଥିଲେ । ପୁଲିସ କେଶ୍ ନମ୍ଵର୍ ୧୮/୨୦୨୨ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରି ଥିବା ସୂଚନା ମିଳିଛି । Advertisement
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…
ମାଉଜର ଦେଖାଇ ଟଙ୍କା ଲୁଟ ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା…
ଲଭ , ସେକ୍ସ , ଧୋକା – ଯୁବକ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ…