ଅପରାଧ ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ Angul OnlineJanuary 16, 2022January 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସ ୨ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ୨ ଟି ମୋଟରସାଇକେଲରେ ଆସି ଟିଟିପିଏସ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଭିତରକୁ ଧସେଇ ପଶିଥିଲେ । ସେମାନେ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କା ନଗଦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ , ୪ ଟି ମଦ ବୋତଲ ନେଇ ପଳାଇ ଯାଇଥିଲେ । ଯିବା ପୂର୍ବରୁ କର୍ମଚାରୀ ମାନଙ୍କୁ ମାଡ ମାରିବା ସହ ସିସି ଟିଭିର ତାର କାଟିଦେଇ ପଳାଇ ଥିଲେ । ତେବେ ଏ ନେଇ ସେହିଦିନ ମଦ ଦୋକାନ କର୍ମଚାରୀ କୁମୁଦ ରଞ୍ଜନ ସାମଲ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛି । Advertisement
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି…
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…
ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଦାବିରେ ଏସ୍.ପି ଅଫିସ ଘେରାଉ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ…