ଟ୍ରକ ଧକ୍କାରେ ଜଣେ ମୃତ

ଟ୍ରକ ଧକ୍କାରେ ଜଣେ ମୃତ

ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୋଟରସାଇକେଳରେ ଦୁଇ ଜଣ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ମୃତକ ଜଣଙ୍କ ପର୍ଜଙ୍ଗ ଥାନା ଅନ୍ତର୍ଗତ କାଦୂପଡ଼ା ଗ୍ରାମର ପ୍ରତାପ ବେହେରା ବୋଲି  ଜଣା ପଡିଥିବା ବେଳେ ଆହତଙ୍କ ପରିଚୟ ମିଳି ପାରି ନାହିଁ

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
4

Leave a Reply