ରାଜନୀତି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ Angul OnlineJanuary 22, 2022January 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀନୀ ବବିତା କର୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୫ ଭି ଅନୁସାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅଯୋଗ୍ୟ ଦର୍ଶାଇ ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ଦୀପିକା ଦେହୁରୀ ଆଜି ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ବବିତା କର୍ଣ ଙ୍କର ପ୍ରଥମ ସନ୍ତାନ ଝିଅ ୨୧/୪/୧୯୯୮, ଦ୍ୱିତୀୟ ସନ୍ତାନ ଝିଅ ୨୫/୦୨/୨୦୦୦ ଏବଂ ତୃତୀୟ ସନ୍ତାନ ପୁଅ ୧୬/୦୬/୨୦୦୨ ରେ ଜନ୍ମ ଗ୍ରହଣ କରିଛନ୍ତି । ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଧାରା ୨୫ ଭି ଅନୁସାରେ ସେ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅଯୋଗ୍ୟ ଅଟନ୍ତି । ତାଙ୍କର ନାମାଙ୍କନ ପତ୍ରକୁ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ତାଙ୍କର ପ୍ରତିଦ୍ବନ୍ଦୀ ଦୀପିକା ଦେହୁରୀ ଦାବୀ କରିଛନ୍ତି । ତେବେ ଏହି ଅଭିଯୋଗକୁ ନେଇ ବର୍ତ୍ତମାନ ସୁଦ୍ଧା ଆଠମଲ୍ଲିକ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି କି ପ୍ରାର୍ଥୀପତ୍ର କାଏମ ରହିବ ନା ନାହିଁ ସେ ନେଇ ମଧ୍ୟ କୌଣସି ସୂଚନା ଦେଇ ନାହାଁନ୍ତି । Advertisement
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…
ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅନୁଗୋଳ – ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ…