ଅପରାଧ ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ Angul OnlineJanuary 24, 2022January 24, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ତାଳଚେର ବାଘୁଆବୋଲ ଅଞ୍ଚଳର ଏକ ରାସନ ଦୋକାନ ଉପରେ ପୁଲିସ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ କଲୋନୀରୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାଘୁଆବୋଲ ଅଞ୍ଚଳର ସସ୍ମିତା ଦାସ ଓ ଦେବାଶିସ ମହାରଣା । ଦୀର୍ଘ ଦିନ ହେବ ସେମାନେ ବ୍ରାଉନ ସୁଗାର କାରବାରରେ ଲିପ୍ତ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ ।…
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…