ପ୍ରଥମ ଥର ପାଇଁ ଜିଲ୍ଲାରେ ଆରମ୍ଭ ହେଲା ଦୁଗ୍ଧ ଏଟିଏମ – ଏମସିଏ ପାଠପଢି ଆତ୍ମନିର୍ଭରଶୀଳ ପାଇଁ  ଯୁବକଙ୍କ ପ୍ରୟାସ

ପ୍ରଥମ ଥର ପାଇଁ ଜିଲ୍ଲାରେ ଆରମ୍ଭ ହେଲା ଦୁଗ୍ଧ ଏଟିଏମ – ଏମସିଏ ପାଠପଢି ଆତ୍ମନିର୍ଭରଶୀଳ ପାଇଁ ଯୁବକଙ୍କ ପ୍ରୟାସ

ଅନୁଗୁଳ – ଉଚ୍ଚ ଶିକ୍ଷା ପରେ ଭଲ ଚାକିରୀ କରିବି ଭଲ ରାଜଗାର କରିବା ଲକ୍ଷ୍ୟ ସମସ୍ତଙ୍କର ପ୍ରାୟ ରହିଥାଏ ହେଲେ ଭଲ ଚାକିରି ତ ଦୂରର କଥା ସମସ୍ତଙ୍କ ଭାଗ୍ୟରେ ଚାକିରୀ ଖଣ୍ଡିଏ ମିଳିନଥାଏ ବର୍ତ୍ତମାନ ସମୟରେ ଉଚ୍ଚ ଶିକ୍ଷା ତଥା ବଡବଡ ଡିଗ୍ରୀ ସତ୍ବେ ଚାକିରି ନମିଳିବାରୁ ଯୁବକ ଯୁବତୀ ବେକାର ହୋଇ ବୁଲୁଛନ୍ତି । ଆଜି ଆମେ ଏମିତି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ କଥା କହୁଛୁ ଯିଏ ଚାକିରୀ ନ ମିଳିବା ପରେ ହତୋତ୍ସାହିତ ହୋଇ ଯାଇ ନାହାନ୍ତି ବଂର ଆତ୍ମନିର୍ଭରଶୀଳ ହେବା ପାଇଁ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଛନ୍ତି । ତା ପୁଣି ଏକ ନୂଆଁ ତରିକା ଏଟିଏମ ଜରିଆରେ ସହରର ବିଭିନ୍ନ ସ୍ଥାନରେ ରହି ବିକ୍ରୀ କରୁଛନ୍ତି । ଯାହାକି ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ହୋଇଛି ଆଉ ଏବେ ଆଦର ମଧ୍ୟ ବଢିଛି

 

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବରସାହି ଗ୍ରାମ ପଞ୍ଚାୟତ ଖମାର ଗ୍ରାମର ଚିନ୍ମୟ ସାହୁ । ୨୦୧୩ ମସିହାରେ ଏମସିଏ ପାଠ ପଢି ସାରିବା ପରେ ଚାକିରୀ ପାଇଁ ଚେଷ୍ଟା କରିଥିଲେ ହେଲେ ବିଭିନ୍ନ ସ୍ଥାନରେ ଚେଷ୍ଟା କରିବା ପରେ ଚାକିରି ନମିଳିବାରୁ ନିରୁପାୟ ହୋଇ ଘରେ ବସିରହିଥିଲେ । ହେଲେ ବାପା-ମାଙ୍କ ବୋଝକୁ ହାଲୁକା କରିବା ପାଇଁ ଚିନ୍ତାଗ୍ରସ୍ତ ଥିଲେ ଆଉ ଏହି ଚିନ୍ତା ତାଙ୍କୁ ନିଜ ଗୋଡରେ ନିଜେ କିପରି ଛିଡା ହୋଇ ଦି ପଇସା ରୋଜଗାର କରିବେ ତାର ବାଟ ବଟେଇ ଦେଇଥିଲା । ସୋସିଆଲ ମିଡିଆରୁ ଦୁଗ୍ଧ ଏଟିଏମ ସମ୍ପର୍କରେ ଜାଣିବା ପରେ ସେ ବିନା ଦ୍ଵିଧାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ସେ ଦୁଗ୍ଧ ଶିତଳିକରଣ ଟାଙ୍କି ବନେଇବା ସହ ଅନଲାଇନରୁ ଏକ ଏଟିଏମ ମେସିନ ମଗାଇଥିଲେ । ଏହାକୁ ଏକ ଅଟୋରେ ଫିଟିଂ କରିବା ପରେ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଏହି ଏଟିଏମ ମେସିନ ଜରିଆରେ ବିକ୍ରି ଆରମ୍ଭ କରିଥିଲେ । ପ୍ରଥମେ ନିଜ ଏରିଆର କିଛି ବ୍ୟବସାୟିକ ପେଣ୍ଠସ୍ଥଳରେ ଏହି ଗାଡି ଲଗାଇ ଦୁଗ୍ଧ ବିକ୍ରି ଆରମ୍ଭ କରିଥିଲେ । ତେବେ ଜିଲ୍ଲା ସଦର ମହକୁମାରେ ଦୁଗ୍ଧର ଅଧିକ ଚାହିଦା ରହି ଥିବାରୁ ଏବେ ସେ ଅନୁଗୁଳ ସହରରେ ଦୁଗ୍ଧ ବିକ୍ରି ଆରମ୍ଭ କରିଥିଲେ । ପ୍ରଥମ ଦିନ ସହରରେ ମାତ୍ର ୧୩ ଲିଟର ଦୁଗ୍ଧ ବିକ୍ରି ହୋଇ ପାରିଥିବା ବେଳେ ଧୀରେ ଧୀରେ ଏହାର ଚାହିଦା ବଢିବା ସହ ବିକ୍ରି ଅଧିକ ହୋଇଛି । ଯାହାକୁ ନେଇ ଚିନ୍ମୟ ବେଶ ଆଶାବାଦୀ ଅଛନ୍ତି । ଆଗକୁ ଆହୁରି ଭଲ ବେପାର ହେବ ଓ ଅଧିକ ଲାଭବାନ ହୋଇ ପାରିବେ ବୋଲି ଚିନ୍ତା କରିଛନ୍ତି । ଏହି ଦୁଗ୍ଧ ବେପାର ନିଜେ କରିବା ସହିତ ନିଜ ଅଞ୍ଚଳର ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଆତ୍ମନିର୍ଭରଶିଳ ହେବାକୁ ପ୍ରେରଣା ମିଳିବ ବୋଲି ସେ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ଦୁଗ୍ଧ ଚାଷୀ ମାନେ ମଧ୍ୟ ଚିନ୍ମୟଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ଚିନ୍ମୟଙ୍କ ଯୋଗୁଁ ସେମାନେ ମଧ୍ୟ ଲାଭବାନ ବୋଲି ଚାଷୀ କହିଛନ୍ତି । ଘର ନିକଟରେ ନିଜ ଦୁଗ୍ଧ ଚିନ୍ମୟଙ୍କୁ ବିକ୍ରି କରି ନଗଦ ଟଙ୍କା ପାଇ ପାରୁଛନ୍ତି ଚାଷୀମାନେ । ସେମାନଙ୍କୁ ଦୁଗ୍ଧ ବିକ୍ରି କରିବାକୁ ଆଉ ହଇରାଣ ହେବାକୁ ପଡୁ ନାହିଁ ତେବେ ଚିନ୍ମୟ ଜଣେ ଉଚ୍ଚ ଶିକ୍ଷିତ ହେବା ସତ୍ୱେ ଚାକିରୀ ନ ପାଇବା ପରେ ହତୋତ୍ସାହିତ ନ ହୋଇ ଏଭଳି ଏକ ପ୍ରୟାସ କରିଥିବାରୁ ଯୁବ ପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

What’s your Reaction?
+1
3
+1
2
+1
0
+1
0
+1
27
+1
1
+1
0

Leave a Reply