ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ

ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ

ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଅନୁଗୁଳ ରାଜକିଶୋରପଡ଼ା ଅଞ୍ଚଳର ଅନିଲ ମିଶ୍ର । ସେ ବସ ଷ୍ଟାଣ୍ଡରେ ଶୀତ ବସ୍ତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ଷଣ୍ଢଟି ରାସ୍ତା ଆଗକୁ ଆସିଯିବାରୁ ଦୁର୍ଘଟଣା ହୋଇଥିଲା । ଷଣ୍ଢ ସହ ବାଡେଇ ହୋଇ ଅନିଲ ପାଖରେ ଥିବା ଏକ ଅଚଳ ଟ୍ରକରେ ବାଡେଇ ହୋଇଯାଇଥିଲେ । ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା । ତେବେ ଦୁର୍ଘଟଣା ବେଳେ ଆଖ ପାଖରେ କେହି ନଥିବାରୁ ତାଙ୍କୁ ଡେରିରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସହରରେ ଅସନ୍ତୋଷ ଦେଖା ଯାଇଛି । ସହରର ବିଭିନ୍ନ ରାସ୍ତା , ଛକ ବଜାର ଉପରେ ଦଳ ଦଳ ଗାଈଗୋରୁ ଶୋଇ ରହୁଥିବା ବେଳେ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ଯାଉ ନାହିଁ । ସେପଟେ କାଞ୍ଜିଆହୁଦା ନଥିବାରୁ ଗାଈ ଗୋରୁଙ୍କୁ ରଖା ଯାଉ ନାହିଁ । ଜାହ ଫଳରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି । ସେହିଭଳି ପାର୍କିଂ ବ୍ୟବସ୍ଥା ନଥିବାରୁ ସହର ବିଭିଇନ ରାସ୍ତା କଡ଼ରେ ଟ୍ରକ୍ ବସ ବେଆଇନ ଭାବେ ରଖା ଯାଇଛି । ଏହା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।

What’s your Reaction?
+1
0
+1
0
+1
1
+1
1
+1
11
+1
2
+1
13

Leave a Reply