ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ

ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ

ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍‌ମିଟ୍‌ର ଜରିଆରେ ଏହି ତାଲିକା ପ୍ରକାଶ କରିଛନ୍ତି । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ଘୋଷଣା ଅନୁଯାୟୀ ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧ ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨ ଟି , ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧ ଟି , ମହିଳାଙ୍କ ପାଇଁ ୯ ଟି ଏବଂ ୧୦ ଟି କାଉନସିଲର ପଦବୀ ଅଣସଂରକ୍ଷିତ ରହିଛି । ତାଳଚେର ପୌରପାଳିକାର ୨୧ ଟି ୱାର୍ଡ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୨ ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨ ଟି , ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧ ଟି , ମହିଳାଙ୍କ ପାଇଁ ୮ ଟି ଏବଂ ୮ ଟି କାଉନସିଲର ପଦବୀ ଅଣସଂରକ୍ଷିତ ରହିଛି । ସେହିପରି ଆଠମଲ୍ଲିକ ଏନଏସିର ୧୧ ଟି ୱାର୍ଡ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧ ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨ ଟି , ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧ ଟି , ମହିଳାଙ୍କ ପାଇଁ ୩ ଟି ଏବଂ ୪ ଟି କାଉନସିଲର ପଦବୀ ଅଣସଂରକ୍ଷିତ ରହିଛି । ସେହିପରି ଫେୃଆରୀ ୧୦ ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ୬ ଦିନ ସମୟ ଦିଆଯିବ। ଏହାପରେ ୨୪ରେ ପ୍ରକାଶ ପାଇଁ ଚୂଡାନ୍ତ ଭୋଟର ତାଲିକା । ୨୮ରେ ଇସିଙ୍କୁ ତାଲିକା ପ୍ରଦାନ କରାଯିବ।  ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ଓ୍ୱାର୍ଡ ତାଲିକ ପ୍ରକାଶ ପାଇବ ।ପଞ୍ଚାୟତ ନିର୍ବାଚନ ପରେ ଏହି ତାରିଖ ଘୋଷଣ ହେବ ବୋଲି ଆଶା କରାଯାଉଛି । ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅହରହ ଉଦ୍ୟମ କରୁଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply