ବାଣିଜ୍ୟ ନାଲକୋ ଘରୋଇକରଣ ପ୍ରସଙ୍ଗ – ଲୋକସଭାରେ ସାଂସଦଙ୍କ ପ୍ରଶ୍ନ Angul OnlineFebruary 3, 2022February 3, 2022 ଅନୁଗୁଳ – କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ତଥା ଅଞ୍ଚଳବାସୀ ଏହାକୁ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଦାୟକ ସଂସ୍ଥା ହୋଇଥିବା ବେଳେ ଏହାକୁ କାହିଁକି ଘରୋଇକରଣ କରାଯିବ ବୋଲି ପ୍ରଶ୍ନ କରିବା ସହ ଅନେକ ଦିନ ହେଲା ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କର ଯାଉଛି । ଆଜି (ଗୁରୁବାର)ଢେଙ୍କାନାଳ ସାଂସଦ ମହେଶ ସାହୁ ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ ଏକ ନବରତ୍ନ କମ୍ପାନୀ । ଓଡ଼ିଶାରେ ଏହି କମ୍ପାନୀ ପ୍ରତ୍ୟକ୍ଷ ଭାବେ ୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛି । କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥା ନେଇ କେନ୍ଦ୍ର ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଛି । ଓଡ଼ିଶା ବାସୀ ଏହି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାଂସଦ ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି । Advertisement
କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ଭୁବନେଶ୍ଵର – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ…
ନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ…
ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା laxmi Honda ରେ Honda ବହୁ ପ୍ରତିକ୍ଷିତ Honda Dio sports edition ର ବଜାର…