ଆଞ୍ଚଳିକ ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନ Angul OnlineFebruary 4, 2022February 4, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନରେ ଆସିଥିଲେ । ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ପରିଛନତା, ରୋଗୀ ଗୃହ , ଔଷଧ କେନ୍ଦ୍ର , ରକ୍ତ ନମୁନା କେନ୍ଦ୍ର , ଶୌଚାଳୟ , ଫୁଲ ବଗିଚା , ଔଷଧୀୟ ଉଦ୍ୟାନ ସମେତ ସ୍ଵାସ୍ଥ୍ୟ ଉପ କେନ୍ଦ୍ରର ଚତୃପାର୍ଶ୍ଵ ବୁଲି ତଦାରଖ କରିଥିଲେ । ଏହା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ପରି ଚାଳନା ବିଷୟରେ ବୁଝିଥିଲେ । ଜିଲ୍ଲାର ପ୍ରଥମ ଉପସ୍ଵାସ୍ଥ୍ୟ କେନ୍ଦ୍ର ଭାବରେ ଏହି କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବାର ଲକ୍ଷ୍ୟ ରହିଛି ବୋଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟ ପ୍ରିୟ ସମ୍ବିତ ମତ ପ୍ରଦାନ କରିଥିଲେ । ପରିଦର୍ଶନ କରିବାକୁ ଆସିଥିବା ଏହି ଦଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ୍ ଡ଼ଃ ସୁଶ୍ରୀ ଶାନ୍ତ ତ୍ରିପାଠୀ, କ୍ଵାଲିଟି ମ୍ୟାନେଜର ବ୍ରତୀନ କୁମାର ପ୍ରଧାନ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ ଆଶାକର୍ମୀ, ମହିଳା ସ୍ଵାସ୍ଥ୍ୟ କର୍ମୀ କବିତା ବେହେରା , ପୁରୁଷ ସ୍ଵାସ୍ଥ୍ୟ କର୍ମୀ ମାନସ କୁମାର ସାହୁ, ଉପ ସ୍ଵାସ୍ଥ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଜୀବନ ଜ୍ୟୋତ୍ସ୍ନା ଜେନା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଗୋଡିବନ୍ଧର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟ ପ୍ରିୟ ସମ୍ବିତ ଓ ବି ପି ଏମ ମଧୁସ୍ମିତା ଦ୍ବିବେଦୀଙ୍କ ତତ୍ତ୍ଵାବଧାନରେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । Advertisement
ଉଦଘାଟିତ ହେଲା ଫୁଲପଡା ବିଦ୍ୟୁତ ସବ-ଷ୍ଟେସନ ବଅଁରପାଳ -(AO)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାଖରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ (ତଳମୂଳ ଶାସନ) ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ…
ବିଜୁ ଯୁବ ଜନତା ଦଳ ଦ୍ବାରା ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ ଅନୁଗୁଳ – ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ବ୍ଲକ ଅନ୍ତର୍ଗତ…
ମଦମୁକ୍ତ ଓଡିଶା ଘୋଷଣା ଦାବିରେ ପ୍ରଭାତ ଫେରୀ ଅନୁଗୁଳ – ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ…