ମୁଖ୍ୟ ଖବର ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ Angul OnlineFebruary 7, 2022February 7, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ ଚୁଡାଖିଆ ନାଳ ନିକଟରେ ସୋମବାର ଅପରାହ୍ନରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୋଟରସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ପରା ଗ୍ରାମର ଦୀପକ କୁମାର ପ୍ରଧାନ ଓ ଗୁରୁତର ଆହତ ମାନେ ପୁରୁଣାକୋଟ ଥାନା ଜଗନ୍ନାଥ ପୁର ଅଞ୍ଚଳର ବୋଲି ଜଣା ପଡିଛି । ସୂଚନା ଅନୁସାରେ ପରା ଗ୍ରାମର ଦୀପକ କୁମାର ପ୍ରଧାନ ତାଙ୍କ ସିଡି ଡିଲ୍କସ ମୋଟରସାଇକେଲରେ ଅନ୍ତୁଳିଆରୁ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ମୋଟରସାଇକେଲ ସହ ଓଗୀ ଚୁଡାଖିଆ ନାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ପରା ଗ୍ରାମର ଦୀପକ କୁମାର ପ୍ରଧାନଙ୍କର ମୃତ୍ୟ ହୋଇଥିଲା । ଆହତ ମାନଙ୍କୁ ସେହି ରାସ୍ତା ଦେଇଯାଉଥିବା ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଖବର ପାଇ ଜରପଡା ପୁଲିସ ପହଞ୍ଚି ମୃତକଙ୍କ ଶବ ଓ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି । ସେହିପରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆରୁ ନୁଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ନୁଆଗାଁ ଗ୍ରାମ ନିକଟ ସିନ୍ଧୁ ବନ୍ଧ ଠାରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ମୋଟରସାଇକେଲରୁ ପଡି ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଛେଣ୍ଡିପଦା ଥାନା ପୁରୁଣାଗଡ ଗ୍ରାମର ଅଲେଖ ବିଶ୍ୱାଳଙ୍କ ପୁଅ ଧିରେନ ବିଶ୍ୱାଳ । ସୂଚନା ଅନୁସାରେ ପୁରୁଣାଗଡ ଗ୍ରାମର ଧିରେନ ନୁଆଗାଁ ଦିଗକୁ ମୋଟରସାଇକେଲରେ ଯାଉଥିବା ବେଳେ ନୁଆଗାଁ ଗ୍ରାମର ସିନ୍ଧୁବନ୍ଧ ଠାରେ ଭାରସାମ୍ୟ ହରାଇ ମଟରସାଇକେଲରୁ ତଳେ ପଡି ଛିଟିକି ପୋଖରି ଘାଟରେ ବାଡେଇ ହୋଇଥିଲେ । ପୋଖରୀ ଘାଟରେ ବାଡେଇ ହେବାରୁ ମୁହଁରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲକୁ ଜବତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଚଳାଇଛି । Advertisement
ଓକିଲ ସଂଘ ନିର୍ବାଚନ ଶେଷ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ୩ ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ…
ଦୁର୍ଘଟଣାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦୁର୍ଘଟଣାରେ ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ତାଳଚେର ଅଞ୍ଚଳରେ ଅସନ୍ତୋଷ ଦେଖା…
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…