ଅପରାଧ ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ Angul OnlineFebruary 7, 2022February 7, 2022 ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ କରି ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ସକାଳ ପ୍ରାୟ ୧୧ ଟା ସମୟରେ ଜଣେ ଯୁବକ ପଲସର ମୋଟରସାଇକେଲରେ ଆସି ଜାତୀୟ ରାଜପଥ ୫୫ ରେ ଯାଉଥିବା ବାହାର ରାଜ୍ୟର ଗାଡି ଗୁଡିକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲା । ଏହି ସମୟରେ କାଣ୍ଡସର ଗ୍ରାମର ରଞ୍ଜନ ସାହୁ ନିଜର ଗାଡିରେ ଅନୁଗୁଳରୁ ନାଲକୋ ଆସୁଥିବା ସମୟରେ ଏହି ଯୁବକ ହାବୁଡ଼ରେ ପଡ଼ିଥିଲେ । ଏବଂ ସେ ତାଙ୍କୁ ୫୦୦୦ ଟଙ୍କା ଦାଦା ବଟି ମାଗିଥିଲା । କିନ୍ତୁ ରଞ୍ଜନ ତାଙ୍କୁ ଟଙ୍କା ନଦେଇ ଡ୍ରାଇଭର ମହାସଂଘକୁ ଖବର ଦେବା ସହ ନିଜର ଉପସ୍ଥିତ ବୁଦ୍ଧି ଦ୍ଵାରା ଯୁବକ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେହୋଇ ସମୟରେ ଘଟଣା ସମ୍ପର୍କରେ ଜାଣି ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ । ଆଉ ଯୁବକ ଜଣଙ୍କୁ କିଛି ଲୋକ ମାଡ ମଧ୍ୟ ମାରିଥିଲେ । ପରେ ଖବର ପାଇ ପୁଲିସର ଏକ ଟିମ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ କରିଥିବା ବାପ-ପୁଅଙ୍କ ଚେର ଲମ୍ବା ରହିଛି । ଏହି ରାକେଟରେ ବାପ-ପୁଅଙ୍କ ବ୍ୟତୀତ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି…
ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାର ଦୀର୍ଘ ୧୬ ବର୍ଷ ପାରେ ନ୍ୟାୟାଳୟ ପକ୍ଷରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ…
ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ତାଳଚେର ଅବକାରୀ ବିଭାଗ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ…