ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ ଥିବା ତେବେ ନିଅନ୍ତୁ । ଏଭଳି କହି ନକଲି ସୁନା ବିକିବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଠକ ଧରା ପଡିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ଦଣ୍ଡି ବନ୍ଧ ନିକଟରେ ଥିବା କିଛି ଘରକୁ ପଶ୍ଚିମବଙ୍ଗର ତିନିଯୁବକ ଆସିଥିଲେ । ସେହି ଘର ଲୋକଙ୍କୁ ଏହି ତିନିଯୁବକ ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସେମାନେ ଏକ ୨୦୦ ଗ୍ରାମର ସୁନା ମୁଣ୍ଡା ପାଇଛନ୍ତି ଆଉ ତାକୁ ବିକିବାକୁ ଚାହୁଛନ୍ତି ବୋଲି କହିଥିଲେ । ଯଦି କିଣିବାକୁ ଚାହୁଁଛନ୍ତି ତେବେ ପରଖି ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ତେବେ ଘର ଲୋକ ମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ତିନିଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ତେବେ ସୂଚନା ଅନୁସାରେ ସୁନା ପରଖିବାକୁ କହିବା ବେଳେ ସେମାନେ ଅସଲି ସୁନା ଦେଖାଇ ପରବର୍ତ୍ତୀ ସମୟରେ ସେହି ସୁନାକୁ ବଦଳାଇ ନକଲି ସୁନା ବଦଳରେ ଟଙ୍କା ନେଇ ଚମ୍ପଟ ମାରିଥାନ୍ତେ । ଏଭଳି ଠକଙ୍କ ହାବୁଡରେ ପୂର୍ବରୁ ଅନେକ ଲୋକ ପଡିବାର ନଜିର ମଧ୍ୟ ରହିଛି ।
What’s your Reaction?
+1
1
+1
+1
1
+1
2
+1
9
+1
+1
1