ମୁଖ୍ୟ ଖବର ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ Angul OnlineFebruary 9, 2022February 9, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଗ୍ୟାସ ଟାଙ୍କି ଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସେହି ରାସ୍ତା ଦେଇ ଏକ ଘଣ୍ଟା ଯିବା ଆସିବା ବନ୍ଦ ହୋଇ ଯାଇଥିଲା । ଇକୋ ପାର୍କ ଯୋଗୁଁ ସବୁଦିନ ସେଠାରେ ଲୋକଙ୍କ ଭିଡ ଜମିଥାଏ । ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଅଗ୍ନିକାଣ୍ଡ ଯୋଗୁଁ ଲୋକ ଭୟଭୀତ ହୋଇ ଯାଇଥିଲେ । ଗ୍ୟାସ ଦୋକାନରେ ଥିବା ଛୋଟ ଗ୍ୟାସ ଟାଙ୍କି ସବୁ ଢୋ ଢୋ ହୋଇ ଫୁଟି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ଦମକଳ ଠିକ୍ ସମୟରେ ପହଞ୍ଚି ନଥିଲେ ସମ୍ପୂର୍ଣ୍ଣ ମାର୍କେଟକୁ ମଧ୍ୟ ବ୍ୟାପି ଯାଇଥାନ୍ତା । ଅଗ୍ନିକାଣ୍ଡରେ ଦୋକାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକ ସାଇକେଲ , ଗୋଟିଏ ସ୍କୁତି ମଧ୍ୟ ଜଳି ଯାଇଛି । https://angulonline.com/wp-content/uploads/2022/02/WhatsApp-Video-2022-02-09-at-20.19.01.mp4 Advertisement
ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।…
ନାବାଳିକା ଦୁଷ୍କର୍ମକାରୀଙ୍କୁ କାରାଦଣ୍ଡାଦେଶ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗତ ୨୦୧୯ ମସିହା…
ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ – ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ…