ଅପରାଧ ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ Angul OnlineFebruary 12, 2022February 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ ଉକ୍ତ ବସ ମାଲିକଙ୍କ ପୁଅ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ କୋଶଳା ଠାରେ ବସକୁ ଅଟକ ରଖିଛନ୍ତି । ସୂଚନା ଅନୁସାରେ ଅନୁଗୁଳରୁ ବାଗଡିଆ ଆସୁଥିବା ସାହୁ ଏଣ୍ଡ ସାହୁ ବସରେ କୋଶଳା ଅଞ୍ଚଳର ଜଣେ ଯୁବତୀ ଅନୁଗୁଳରୁ ଘରକୁ ଆସିବା ପାଇଁ ବସ ନିକଟକୁ ଆସିଥିଲେ । ସେଠାରେ ବସ ମାଲିକଙ୍କ ପୁଅ ଟିକେଟ କାଟୁଥିବାବେଳେ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏନେଇ ଉକ୍ତ ଯାତ୍ରୀ ଜଣକ କୋଶଳା ଠାରେ ବସରୁ ଓହ୍ଲାଇ ଘରକୁ ଆସି ଅସଦାଚରଣ ସମ୍ପର୍କରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଠାରେ ପ୍ରକାଶ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ବସକୁ ଅଟକ ରଖି ତୁରନ୍ତ ମାଲିକଙ୍କୁ ଡାକି ଘଟଣାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବିଳମ୍ବିତ ରାତି ଯାଏ ବସକୁ ଅଟକ ରାକ୍ଷା ଯାଇଥିବା ବେଳେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । Advertisement
ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ…
୨୫ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ନେଇ ପୁଣି ଏକ ସଫଳତା ମିଳିଛି । ତାଳଚେର ଅଞ୍ଚଳରୁ ୨୫ ଗ୍ରାମ ବାଉନସୁଗାର ଜବତ କରିବା…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…