ମୁଖ୍ୟ ଖବର ପ୍ରେମ ପାଇଁ ଆତ୍ମହତ୍ୟା – ଅଧା ରାସ୍ତାରେ ଛାଡିଗଲେ ସାଙ୍ଗସାଥି Angul OnlineFebruary 23, 2022February 23, 2022 ଅନୁଗୁଳ – ପ୍ରେମରେ ବିଫଳ ହୋଇ ଅନୁଗୁଳର ଆଉ ଜଣେ ଯୁବକ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଚ୍ଚି । ମୃତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦୁଷ୍ମନ୍ତ ପ୍ରଧାନ ଓରଫ ପିଣ୍ଟୁ । ସେ ବ୍ରାହ୍ମଣୀଦେଇ ପଡ଼ାରେ ରହୁ ଥିବା ବେଳେ ଅନୁଗୁଳ ଡେଲି ମାର୍କେଟ ନିକଟରେ ପରିବା ବ୍ୟବସାୟ କରୁଥିଲେ । ଗତ କିଛି ମାସ ପୂର୍ବରୁ ସେ ଜଣେ ନାବାଳିକାକୁ ଭଲ ପାଇବା ସହ ତାକୁ ଘରୁ ନେଇ ପଳାଇ ଯାଇଥିଲେ । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଲା ପରେ ପୁଲିସ ଉଭୟଙ୍କୁ କେଉଁଝରରୁ ଉଦ୍ଧାର କରିଥିଲା । ଦୁଷ୍ମନ୍ତ ଏ ଘଟଣାରେ କିଛି ଦିନ ସଜା କାଟି ଜାମିନରେ ମୁକୁଳି ଥିଲେ । ହେଲେ ନାବାଳିକାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରି ନଥିଲା । ଦିନ ପରେ ଦିନ ବୀତି ଯାଇଥିଲେ ମଧ୍ୟ ସେ କୁଆଡେ ଝିଅକୁ ଭୁଲିପାରୁ ନଥିଲେ । ମଙ୍ଗଳବାର ରାତିରେ ସେ କେତେଜଣ ସାଙ୍ଗଙ୍କ ସହ ଖିଆ ପିଆ କରିବା ପରେ ହଠାତ ବିଷ ପିଇ ଦେଇଥିଲେ । ସାଙ୍ଗମାନେ ଦୁଷ୍ମନ୍ତଙ୍କୁ ବାଇକରେ ବସାଇ ଅନୁଗୁଳ ଡାକ୍ତରଖାନା ଆଣୁଥିଲେ । ହେଲେ ପୁଲିସ ଭୟରେ ସାଙ୍ଗମାନେ ଶାନ୍ତି ହୋଟେଲ୍ ନିକଟରେ ଦୁଷ୍ମନ୍ତଙ୍କୁ ଛାଡି ଦେଇ ପଳାଇଥିଲେ । ବିଳମ୍ବିତ ରାତିରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦୁଷ୍ମନ୍ତକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ଵ୍ୟବଛେଦ କରି ତଦନ୍ତ ଜାରି ରଖିଛି । Advertisement
ଦାବି ମାନିଲା ପ୍ରଶାସନ – ହଟିଲା ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗ୍ରାମ ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି ।…
ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ…
ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି ଅନୁଗୋଳ – ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା…