ମୁଖ୍ୟ ଖବର ଭାଇରାଲ ଅଡିଓ – ବିଡ଼ିଓ ସ୍ୱରୂପାନନ୍ଦଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ Angul OnlineFebruary 23, 2022February 23, 2022 ଭୁବନେଶ୍ଵର – ଆପଣମାନେ ଯୁଦ୍ଧ ଲଢ଼ିବାର ଅଛି । ଅସ୍ତ୍ର ଆମେ ଯୋଗାଉଛୁ । ଆହୁରି ଯୋଗାଇବୁ । ଯାହାର ଜିତି ପାରୁଥିବା ପରି ଇମେଜ୍ ଅଛି, ସେମିତି ପ୍ରାର୍ଥୀ ଦିଅନ୍ତୁ । ତାଙ୍କ ଉପରେ ଯେମିତି ଲୋକଙ୍କ ଭରସା ଥିବ । ଗଲା ଥର ୩ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଜିତିଛି । ଏହାକୁ ନେଇ ଜିଲ୍ଲାପାଳ ଚିନ୍ତିତ ଅଛନ୍ତି । ଆମେ ବି ଜିଲ୍ଲାପାଳଙ୍କୁ କହିଛୁ, ଏଥର ଆମେ ଟେକ୍ଅପ୍ କରିଛୁ । ସେମାନଙ୍କୁ କଣ ସପୋର୍ଟ ଦେଇ ହେବ ତାହା କରୁଛୁ । ଏଭଳି ଏକ ଅଡିଓ ଗତ କିଛି ଦିନ ତଳେ ଭାଇରାଲ ହୋଇଥିବା ବେଳେ ଏହା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱରୂପାନନ୍ଦ ସାହୁଙ୍କ ଅଡିଓ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତ୍ରିସ୍ତରୀୟ ନିର୍ବାଚନ ପ୍ରକ୍ରିୟାରୁ କିଶୋରନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱରୂପାନନ୍ଦ ସାହୁଙ୍କୁ ବାଦ ଦେବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । Advertisement
ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ…
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…
ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ ଛେଣ୍ଡିପଦା – କରୋନାର ପ୍ରକୋପରୁ ଏଇ କିଛିଦିନ ଧରି ଅନୁଗୁଳ ଜିଲ୍ଲା ସାମାନ୍ୟ ଆଶ୍ଵସ୍ତି ପାଇଥିବା ବେଳେ ଆଜି ପୁଣି ତାର ପ୍ରକୋପ ଏହି ଅଦୃଶ୍ୟ ଭୂତାଣୁ…