ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀଯୁକ୍ତ ଦେବରାଜ ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଡେପୁଟି ମିନିଷ୍ଟର ହୋମ ଥିଲେ । ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେ ଜଣେ ନିଷ୍ଠାପର , ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ତଥା ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।
What’s your Reaction?
+1
1
+1
+1
+1
1
+1
1
+1
2
+1
13