ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ସମେତ ପୂର୍ବତନ ପୌରାଧ୍ୟକ୍ଷ ସୁକାନ୍ତି ଦାସ ଓ ଅନେକ ସମର୍ଥକ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଆଜି ବିଧିବଦ୍ଧ ଭାବେ ସେମାନେ ଯୋଗ ଦେଇଛନ୍ତି । ବିଜେଡ଼ିରେ ଯୋଗ ଦେଇଥିବା ଅନ୍ୟ ନେତା ମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ରାଉତ , ଏକ୍ସ-କାଉନସିଲର କାର୍ତ୍ତିକା ପରିଡା , ଏକ୍ସ-କାଉନସିଲର ବିକାଶ ଶୁବୁଦ୍ଧି , ଏକ୍ସ-କାଉନସିଲର ଗୌରି ଶଙ୍କର ସେଠି , ମହିଳା କଂଗ୍ରେସର ପୂର୍ବତନ ଉପ-ସଭାପତି , ସୋସିଆଲ ୱାର୍କର ବିଦ୍ୟା ନାଏକ , ଶଙ୍କର ସେଠି , ବିଜେପିର ମାଇନୋରୀଟି ମୋର୍ଚା ରାଜ୍ୟ ଉପ- ସଭାପତି ମମତା ମହାପାତ୍ର , ବିଜେପିର ପୂର୍ବତନ ଜିଲ୍ଲା ୟୋଥ ପ୍ରେସିଡେଣ୍ଟ ଶିମ ସୁନ୍ଦର ପାଲଶର୍ମା ମଧ୍ୟ ଅଛନ୍ତି । ପୌର ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଛାଡି ବିଜେଡ଼ିରେ ଏହି ନେତା ମାନେ ଯୋଗ ଦେବା ପରେ ବିଜେଡ଼ି ପାଇଁ ଶୁଭଂକର ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
What’s your Reaction?
+1
1
+1
+1
+1
+1
10
+1
2
+1