ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ ଜୟନ୍ତ ବାରିକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ଓଭର ଟାଇମ ଡ୍ୟୁଟି କରାଇ ଦେଇଥିବା ନେଇ ଅନ୍ୟ ଜଣେ ଏମସିଏଲର ସୁରକ୍ଷାକର୍ମୀ ମହେଶ ନାଏକଙ୍କୁ ସେ ଏହି ଲାଞ୍ଚ ମାଗିଥିଲେ । ଏ ନେଇ ମହେଶ ଭୁନେଶ୍ୱରର ସିବିଆଇ ଅଫିସର ଦ୍ୱାରସ୍ଥ ହୋଇଥିଲେ । ଆଜି ଓଭର ଟାଇମ ଡ୍ୟୁଟି ପାଇଁ ଟଙ୍କା ଦେବା ବେଳେ ସିବିଆଇର ୧୦ଜଣିଆ ଟିମ ତାଙ୍କୁ ଧରିଥିଲେ । ତେବେ ତାଙ୍କ ଘର ସମେତ ଅଫିସରେ ଖୋଳତାଡ଼ ଜାରି ରଖିଛି ସିବିଆଇ ।
What’s your Reaction?
+1
+1
+1
+1
+1
4
+1
+1
1