ରାଜନୀତି ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ Angul OnlineMarch 6, 2022March 6, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେଡିରେ ଏବେ ଏବେ ସାମିଲ ହୋଇଥିବା ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବେ ଦାଖଲ କରିଥିବା ବେଳେ , ଗୁରୁ ଚରଣ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ କଂଗ୍ରେସ ଦଳରୁ ବଲବୀର ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ପୌରାଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ଏବଂ ବିଜେପି କଂଗ୍ରେସ , ଆମ ଅଦମୀ ପାର୍ଟି ଓ ସିପିଆଇ(ଏମ) ଦଳର ପ୍ରାର୍ଥୀମାନେ ୭ ତାରିଖ ଦିନ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି ଜଣା ପଡ଼ିଛି । ସେପଟେ ବିଜେପି ପକ୍ଷରୁ ଦିଲୀପ ପ୍ରଧାନ , ଆମ ଅଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ(ଏମ) ପକ୍ଷରୁ ପ୍ରପା ପ୍ରସାଦ ନନ୍ଦ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି । ଏହା ସହିତ ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ମାନେ ମଧ୍ୟ ୭ ତାରିଖ ଦିନ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । Advertisement
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ ଛେଣ୍ଡିପଦା – ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି…
ଅନୁଗୋଳ ରାଜନୀତି – ନୂଆଁ ଚେହେରା ନା ପୁରୁଣା ଲଢେଇ !! ଅନୁଗୋଳ – ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ବ ରଖୁଥିବା ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡିର ଦବ୍ଦବା ରହି ଆସିଛି । ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ…