ଆଞ୍ଚଳିକ ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ । ତିନିଦିନ ଧରି ନାମଙ୍କନ ପତ୍ର ଦାଖଲ ହେବା ପରେ ସୋମବାର ଦିନ ନାମଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସଙ୍ଘର ସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ ଓ ଦିଲ୍ଲୀପ କୁମାର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ଭାବେ ଧର୍ମେନ୍ଦ୍ର ନାଥ ମିଶ୍ର , ଭବାନୀ ଶଙ୍କର ପ୍ରଧାନ, ପ୍ରଦୀପ୍ତ କୁମାର ସାହୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ସାଧାରଣ ସମ୍ପାଦକ ଭାବେ ଧ୍ରୁବ ଚରଣ ସାହୁ , ନିରୋଧ କୁମାର ମିଶ୍ର ଏବଂ ସହ ସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ , ପ୍ରଦୀପ କୁମାର ଭୁତିଆ ନାମଙ୍କନ ପତ୍ର ଦାଖଲ କରିଛନ୍ତି । କୋଷାଧ୍ୟକ୍ଷ ଭାବେ ଗୋପାଳ ଅଗ୍ରୱାଲ ଏବଂ ସାଂସ୍କୃତିକ ସମ୍ପାଦକ ବାବେ କୁଶ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରମୋଦ କୁମାର ସାହୁଙ୍କ ସହିତ ଅନ୍ୟ ୫ ଜଣ ନିର୍ବାଚନ ପରିଚାଳନା କରିବେ ବୋଲି ଜଣା ପଡିଛି । Advertisement
ଗ୍ୟାସ ପାଇପ ଲାଇନ କାମକୁ ବିରୋଦ୍ଧ – କାମ ଛାଡି ପଳାଇଲେ କର୍ମଚାରୀ . ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ବାହାଳସାହି ଗ୍ରାମପଞ୍ଚାୟତର ମାଝୀ ଗୋହିରାପଶି ଗ୍ରାମ ଦେଇ ଯାଉଥିବା ଗ୍ୟସ ପାଇପଳାଇନର କାମକୁ ଗ୍ରାମବାସୀ ତିବ୍ର ବିରୋଧ…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…