ରାଜନୀତି ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା Angul OnlineMarch 9, 2022March 9, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଜାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏହି ଜାଞ୍ଚ ବେଳେ ସମସ୍ତ ପୌରାଧକ୍ଷ ଓ କାଉନସିଲର ପାଇଁ ଦାଖଲ କରାଯାଇଥିବା ନାମାଙ୍କନ କାଏମ ରହିଛି । ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ ଅନେକ କାଉନସିଲର ପ୍ରାର୍ଥୀ ହୋଇଥିବା ବେଳେ ୮ ଜଣ ପୌରାଧକ୍ଷ ପ୍ରାର୍ଥୀ ରହିଛନ୍ତି । ଆଉ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ପରାଧ୍ୟକ୍ଷ ପ୍ରାର୍ଥୀ ମାନଙ୍କ ଉପରେ ରହିଛି । କାରଣ ଚଳିତ ଥର ଜନତା ସିଧାସଳଖ ପୌରାଧକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇ ଚୟନ କରିବେ । ଆଉ ଏଥିପାଇଁ ଚଳିତ ଥର ପ୍ରାର୍ଥୀ ଚୟନ କରିବାକୁ ତିନି ପ୍ରମୁଖ ଦଳ କଂଗ୍ରେସ , ବିଜେଡ଼ି ଓ ବିଜେପିକୁ ବହୁ କସରତ କରିବାକୁ ପଡିଥିଲା । ଅନେକ ହିସାବ ନିକାସ ପରେ ଏହି ତିନି ପ୍ରମୁଖ ଦଳର ଅଙ୍କ ଛିଣ୍ଡିଥିଲା । କଂଗ୍ରେସ ବଲବୀର ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦିଲୀପ ପ୍ରଧାନ ଓ ବିଜେଡ଼ି ଅକ୍ଷୟ ସାମନ୍ତଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା । ତେବେ ଏହି ତିନି ଜଣଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଆଉ ୫ ଜଣ ପ୍ରାର୍ଥୀ ମଧ୍ୟ ଓଲ୍ହାଇଛନ୍ତି । ସେମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ (ଏମ) ପକ୍ଷରୁ ପ୍ରାପା ପ୍ରସାଦ ନନ୍ଦ , ସ୍ଵାଧୀନ ଭାବେ ଅନିରୁଦ୍ଧ ଦାସ , ଗୁରୁ ଚରଣ ପ୍ରଧାନ , ପ୍ରଶାନ୍ତ ନାୟକ ମଧ୍ୟ ପୌରାଧକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । Advertisement
ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ…
ଦୁର୍ନୀତି ଓ ଭ୍ରଷ୍ଟାଚାର ର କେନ୍ଦ୍ରବିନ୍ଦୁ ପାଲଟିଛି ବ୍ଲକ କାର୍ଯ୍ୟାଳୟ – ବିଜେପି ଅନୁଗୋଳ – ପଞ୍ଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ସାରା ରାଜ୍ୟରେ ପାଳନ କରିଛି ବିଜେପି । ଏ ପରିପେକ୍ଷୀରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…