ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣିହାଁ ନାଲମ ଗ୍ରାମର ୧୬ ବର୍ଷୀୟ ନାବାଳକ ସୁନୀଲ ବେହେରା । ନାବାଳକ ଜଣକ ଚାଳକ ଶ୍ରବଣ ସାହୁଙ୍କ ସହ ମୋଟରସାଇକେଲରେ ଯାଉଥିବା ସମୟରେ ଭ୍ୟାନଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସୁନୀଲ ବେହାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉଭୟ ତାଳଚେର ଓ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ କରିଛି ।
What’s your Reaction?
+1
+1
+1
2
+1
1
+1
3
+1
1
+1
8